ସତରେ କ’ଣ ଏ ସ୍ଵାଧୀନ ଭାରତ
ସତରେ କ’ଣ ଏ ସ୍ଵାଧୀନ ଭାରତ
ସତରେ କ’ଣ ଏ ସ୍ଵାଧୀନ ଭାରତ
ବ୍ରିଟିଶ୍ ମୋ ଭୂମି ଛାଡ଼ିଲା
ସତସ୍ତରି ବର୍ଷ ଯେ ବିତିଲା
ସ୍ବାଧୀନତାର ସ୍ଵାଦ କିଏ ଚାଖିଚି କୁହତ
ସତରେ କ’ଣ ଏ ସ୍ଵାଧୀନ ଭାରତ l
କଣ ସ୍ଵାଧୀନତା ଏକ ଅଭିନୟ ମାତ୍ର
ଯେଉଁଠି ମିଳିବନି ଉଚିତ୍ ନ୍ୟାୟ
ସବୁଠି ବିଦ୍ୟମାନ ଦୁର୍ନୀତି ପ୍ରାୟ
କଣ ଇଏ ଗାନ୍ଧୀଙ୍କ ରାମରାଜ୍ୟ ଭାରତ
ସତରେ କ’ଣ ଏ ସ୍ବାଧୀନ ଭାରତ l
କୁହ କେତେଦିନ ଆଉ ଏ ଦେଶ ଦେଖିବ
ନିରୀହ ଗରିବର ସେ ଦାରିଦ୍ର୍ୟତା
କୁହ କୁଆଡେ଼ ଗଲା ସେ ସମାନତା
କେମିତି କହିବି ମୁଁ ଏଯେ ନବ ଭାରତ
ସତରେ କ’ଣ ଏ ସ୍ବାଧୀନ ଭାରତ l
ପ୍ରଗତି ନାଁରେ ଆଉ କେତେ ପ୍ରହସନ
ଅଗମ୍ୟ ଗାଁରେ କାହିଁ ବିଜୁଳି କି ପକ୍କା ସଡ଼କ
ଏଠି ସେଠି ମାଳମାଳ ଖାଲି ମିଛ ଫଳକ
କୁହ କ’ଣ ଏ ମୋ ଉନ୍ନତ ଭାରତ
ସତରେ କ’ଣ ଏ ସ୍ଵାଧୀନ ଭାରତ l
କେବେ ହେବ ସେ ସୁନାର ଭାରତ
ଥିବ ଯେଉଁଠି ନବ ଆଶାର ଆଲୋକ
ବ୍ୟାପିବ ସର୍ବତ୍ର ସତ ପ୍ରଗତିର ମହକ
ତେବେ ତ ଦୟାନିଧି କହିବ
ଇଏ ମୋ ସ୍ଵାଧୀନ ଭାରତ
ହଁ ହଁ ଇଏ ମୋ ସ୍ଵାଧୀନ ଭାରତ l
***🙏🙏🙏***
