STORYMIRROR

DAYANIDHI BAGARTEE

Others

3  

DAYANIDHI BAGARTEE

Others

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
210

ଦୀପାବଳୀ ଶୁଭ ଅବସରେ

      ଦୟାନିଧି ହୃଦୟ ଅନ୍ତରୁ ଶୁଭେଚ୍ଛା 

ଭରିଯାଉ ଖୁସି ଜୀବନରେ

      ପୂରଣ ହେଉ ସଭିଙ୍କର ଇଚ୍ଛା l


ପର୍ବ ଏଇତ ଆଲୋକର

       ଚତୁର୍ଦ୍ଦିଗେ ଆଜି ଖୁସିର ଲହରୀ 

ଚମ୍ପା କୁମ୍ପୀ ମଲ୍ଲୀ ହାବିଲି 

       ପୁଣି କେଉଁଠି ଫୁଟୁଛି ଫୁଲଝରୀ l


ଆଲୋକର ପର୍ବ ଇଏ

       ପର୍ବ ଅଟେ ସେତ ବିଜୟର 

ଅନ୍ଧାର ଉପରେ ଆଲୋକର

       ପାପ ଉପରେ ବିଜୟ ପୁଣ୍ୟର l


ବନବାସୁ ଫେରିଲେ ରାମ

       ପାପର ଜଡ ରାବଣ ଉପାଡ଼ି 

ପୁଣ୍ୟର ଜୟ ହେଲା

       ଆଲୋକିତ ହେଲା ଅଯୋଧ୍ୟା ନଗରୀ। 


ଦୟାନିଧିର ଏତିକି ଅନୁରୋଧ

        ହେ ମୋର ମାନବ ସମାଜ 

ଛାଡ଼ିବା ଅହିତ ଇର୍ଷା କ୍ଷୋଭ

       ଆପଣେଇବା ପ୍ରେମ ସ୍ନେହ ଆଜ l



Rate this content
Log in