ପ୍ରକୃତିର ଆହ୍ୱାନ
ପ୍ରକୃତିର ଆହ୍ୱାନ
ପ୍ରକୃତି ଡ଼ାକଇ ହେ ମଣିଷ
କାନ ଦେଇ ଟିକେ ଶୁଣ,
ପ୍ରକୃତି ଛାତିରେ କେତେଯେ ଯନ୍ତ୍ରଣା
କରିବନି କି ତାର ନିବାରଣ |
ନିଜ ଉନ୍ନତି ସକାଶେ ହେ ମଣିଷ
କରୁଅଛ ପ୍ରକୃତିର ନାଶ,
ପରିବେଶ ନାଶେ ନିଜର ତ ନାଶ
ମିଳିବନି ତ ଅମ୍ଲଜାନର ଅବଶେଷ |
ଗଢି ଉଠୁଛି କେତେ କଳ କାରଖାନା
ତାହାର ତ କଳନା ନାହିଁ,
କରୋନାଠୁ ବେଶୀ ଧୂଳି ଧୂଆଁକୁ ଡ଼ର
ଫୁସ୍ ଫୁସ୍ କିଡ଼ନୀର ଆଉ ତ୍ରାହି ନାହିଁ |
ନିଜ ଭିତରେ ନିଜେ ମଣିଷ ହଜିଛି
ପ୍ରକୃତି ବିଷୟେ ଭାବିବାକୁ ବକତ ନାହିଁ,
ଚ଼ାକଚ଼କ୍ୟ ଜୀବନେ ମନ ତ ଉଡ଼ୁଛି
ପରିବେଶ ସୁରକ୍ଷାର ଦାୟିତ୍ୱ କାହିଁ |
ଆସ ହେ ବନ୍ଧୁ ସୁଧୁରିଯିବା
ପ୍ରକୃତି ମାଆର ଆହ୍ୱାନ କାନେଇବା,
ତାହାରି ସୁରକ୍ଷାରେ ଆମରି ରକ୍ଷା
ବିଷୟଟିକୁ ଥରେ ହୃଦରୁ ହେଜିବା |
ଏଇ ତ କବିତା ଦୁଇ ଧାଡ଼ି
ଦୟାନିଧି କଲମ ମୁନରୁ ଆସିଲା ବାହାରି,
ହେ ମୋର ଭଉଣୀ ଭାଇ
ପ୍ରକୃତି ସୁରକ୍ଷା ହିଁ ତ ଦାୟିତ୍ୱ ଆମରି |