ଜୀବନ କଲମ
ଜୀବନ କଲମ
ଜୀବନ କଲମର ସ୍ୟାହି
ସରି ସରି ଯାଉଛିରେ ଭାଇ
ନିଜ ଭାଗ୍ୟ ନିଜ ହାତେ ଲେଖ
ଆଉ ସମୟ ନାହିଁ ଆଉ ସମୟ ନାହିଁ |
ଯାହା କରନା କାହିଁକି
ଏ ଦୁନିଆ ତ କହିବ
କରୁଛ ଯଦି ଏମିତି କର
ପ୍ରଶଂସା ସେଇ ଦୁନିଆ ହିଁ କରିବ |
ଜନ୍ମ ମୃତ୍ୟୁ ଦୁଇଟି ହିଁ ତ
ଏ ମିଛ ସଂସାରେ କଟୁ ସତ୍ୟ
ଜୀବନର ମୂଲ୍ୟ ପାରିଲେ ରଖି
ସ୍ୱର୍ଗ ହୋଇଯିବ ଏଇ ମର୍ତ୍ତ୍ୟ |
ରାଗ ରୁଷା ଲୋଭ ମୋହରେ
ନ କଟୁ ଏ ଦୁର୍ଲଭ ଜୀବନ
କଲେ କର୍ମ ସେବା ଆଉ ଦାନ
ହେବ ସତେ ମହାପୂଣ୍ୟ ଅର୍ଜନ |
ଚ଼ାରି ଦିନର ଅଟେ ଏ ଜୀବନ
ଦି ଦିନ ଦୁଃଖରେ ଦି ଦିନ ସୁଖ
ପ୍ରଭୂ ପାଦ ତଳେ ଏତିକି କାମନା
ଭରି ଦିଅନ୍ତୁ ଜୀବନ ଫୁଲରେ ମହକ |
