ବର୍ଷା
ବର୍ଷା
ବର୍ଷା ତୁମେ ଏମିତି ମନୋଇ
ରିମ୍ ଝିମ୍ ଛମା ଛମ ସ୍ୱରେ ଗାଇ
ଦେହ ମନ ବନ ବନାନୀ ଭସାଇ
ବାଦଲ ଉହାଡେ ମେଘ ରାଇଜର
ପାଟ ମହାରାଣୀଙ୍କ ଜେମାଦେଇ
କେବେ ଖେଳ ବିଜୁଳି ସଙ୍ଗରେ
କେତେ ଘଡଘଡି ବାଜା ବଜାଇ
ତୋଳି ଥାଅ ତାଳି ଶବ୍ଦ ନେଇ
କିଏ କହେ ତମେ ପ୍ରିୟତମା ମନୋଇ
ରାଗିଲେ ଋଷିଲେ ବନ୍ୟା ହୋଇ
ଦୁଇ ଆଖି ଦିଅ ଲୁହେ ଭିଜେଇ
ନଆସିଲେ ଚାଷୀ ଭାଇ ଦୁଃଖ ପାଇ
ତୁମକୁ ନେଇ ସ୍ଵପ୍ନ ଦେଖେ କେହି
ଏଡିକି ଅବୁଝା ଝିଅଟି ମେଘକନ୍ୟା
କାହାର କେବେ ହୁଅ ନାହିଁ
ସଭିଏଁ ତୁମକୁ ଥାନ୍ତି ଚାହିଁ
ଧରାରେ ମୟୂର ନାଚେ ରହି
ଆବେଗ ଉଦବେଗ ଦୁଇ ପାର୍ଶ୍ଵ
ତୁମେ ଭାରି ଗେହ୍ଲେଇ
ସବୁଜିମା ଭାରେ ଭରିଦିଅ
ମନେ ରଙ୍ଗ ଦେଇ
ଫୁଲ ଫଳ ଆଉ ପର୍ବ ପର୍ବାଣୀ
ଭେଟି ଦେଇ ନେଇ
ଧରା କହେ ମୋ ସୁନା ଝିଅ ସିଏ
ସାଧବ ବୋହୁ ନେଇ
ଭାଙ୍ଗିଦିଅନା ମନ ତାର କେହି
ଯିବ ଭାସି ଭସେଇ
ଅଳସି ନହୁଲି ପିଇଛି ମହୁଲି
କହେ କବି କବୟିତ୍ରୀ କେହି
ବୁଝିବାକୁ ତାକୁ କାବ୍ୟନାୟିକା
ଦୁହିତା ପରା ସେହି
ବରଷକେ ଥରେ ଧରାକୁ ଆସୁଛି
ସବୁଜିମା ଭରା ରଙ୍ଗ ନେଇ ।
