STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ବର୍ଷା

ବର୍ଷା

1 min
209

ବର୍ଷା ତୁମେ ଏମିତି ମନୋଇ

ରିମ୍ ଝିମ୍ ଛମା ଛମ ସ୍ୱରେ ଗାଇ

ଦେହ ମନ ବନ ବନାନୀ ଭସାଇ

ବାଦଲ ଉହାଡେ ମେଘ ରାଇଜର 

ପାଟ ମହାରାଣୀଙ୍କ ଜେମାଦେଇ

କେବେ ଖେଳ ବିଜୁଳି ସଙ୍ଗରେ

କେତେ ଘଡଘଡି ବାଜା ବଜାଇ

ତୋଳି ଥାଅ ତାଳି ଶବ୍ଦ ନେଇ

କିଏ କହେ ତମେ ପ୍ରିୟତମା ମନୋଇ

ରାଗିଲେ ଋଷିଲେ ବନ୍ୟା ହୋଇ 

ଦୁଇ ଆଖି ଦିଅ ଲୁହେ ଭିଜେଇ

ନଆସିଲେ ଚାଷୀ ଭାଇ ଦୁଃଖ ପାଇ

ତୁମକୁ ନେଇ ସ୍ଵପ୍ନ ଦେଖେ କେହି

ଏଡିକି ଅବୁଝା ଝିଅଟି ମେଘକନ୍ୟା 

କାହାର କେବେ ହୁଅ ନାହିଁ

ସଭିଏଁ ତୁମକୁ ଥାନ୍ତି ଚାହିଁ 

ଧରାରେ ମୟୂର ନାଚେ ରହି

ଆବେଗ ଉଦବେଗ ଦୁଇ ପାର୍ଶ୍ଵ 

ତୁମେ ଭାରି ଗେହ୍ଲେଇ

ସବୁଜିମା ଭାରେ ଭରିଦିଅ 

ମନେ ରଙ୍ଗ ଦେଇ

ଫୁଲ ଫଳ ଆଉ ପର୍ବ ପର୍ବାଣୀ 

ଭେଟି ଦେଇ ନେଇ

ଧରା କହେ ମୋ ସୁନା ଝିଅ ସିଏ 

ସାଧବ ବୋହୁ ନେଇ

ଭାଙ୍ଗିଦିଅନା ମନ ତାର କେହି 

ଯିବ ଭାସି ଭସେଇ

ଅଳସି ନହୁଲି ପିଇଛି ମହୁଲି 

କହେ କବି କବୟିତ୍ରୀ କେହି

ବୁଝିବାକୁ ତାକୁ କାବ୍ୟନାୟିକା 

ଦୁହିତା ପରା ସେହି

ବରଷକେ ଥରେ ଧରାକୁ ଆସୁଛି 

ସବୁଜିମା ଭରା ରଙ୍ଗ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract