STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଦେଶର ଗୌରବ

ଦେଶର ଗୌରବ

1 min
567


ଦେଶର ଗୌରବ ସୈନିକ ଆମର ସୁରକ୍ଷା ହିଁ ତାଙ୍କ ହସ୍ତେ,

ନିଶ୍ଚିନ୍ତେ ସୁଅନ୍ତ ଦେଶବାସୀଗଣ

ସୁରକ୍ଷା ହିଁ ତାଙ୍କ ହସ୍ତେ।


      ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

     ବୀର ସୈନିକଙ୍କୁ ଆମ

      ଦୀପାବଳି ପର୍ବେ ଆଶିଷ ଦେଶର

      ପ୍ରଧାନମନ୍ତ୍ରୀ ଙ୍କୁ ଆମ।


ଯେବେ ଠାରୁ ହେଲେ ଦେଶର ପ୍ରଧାନ ଦୀପାବଳି ତାଙ୍କ ସାଥେ

ପରିବାର ସବୁ ସୈନିକ ହିଁ ତାଙ୍କ

ଦୀପାବଳି ତାଙ୍କ ସାଥେ।


     ଦେଶର ସଂଦେଶ ଦିଆନ୍ତି ସୈନିକେ

     ଦିଅନ୍ତି ସମ୍ମାନ ତହିଁ,

     ଗୁଞ୍ଜିଉଠେ ତହିଁ ଭାରତ ମାତର

     ଜୟଜୟକାର ତହିଁ।


ଶତ୍ରୁ କମ୍ପୁ ଥାଏ ଭୟଭୀତ ହୋଇ ସୈନିକଙ୍କ ପରାକ୍ରମେ

ତ୍ୟାଗ ପ୍ରତିମୂର୍ତ୍ତି ସୈନିକ ଆମର

ଆଣନ୍ତି ଗୌରବ ଧାମେ।


     ଯାହା ହୋଇ ନାହିଁ ହେଉ ଅଛି ଏବେ

     ନିସ୍ବାର୍ଥର ଭାବ ଗୁଞ୍ଜେ,

     ଆତ୍ମନିର୍ଭରଟି ଦେଶର ସୈନିକେ

     ଆତ୍ମବିଶ୍ବାସ ଟି ଗୁଞ୍ଜେ।


ପରି ବିଶ୍ବଗୁରୁ ପଥଗାମୀ ଦେଶ ମାନ୍ୟତା ଦିଆନ୍ତି ବିଶ୍ବେ

ଦେଶର କଥାକୁ ସମ୍ମାନ ଦିଅନ୍ତି

ନାଆଁ ଗୁଞ୍ଜୁ ଅଛି ବିଶ୍ବେ।


     ଯେଉଁ ଦେଶ ଜନ୍ମ ବୁଦ୍ଧଦେବଙ୍କର

     ବହୁ ଅନୁଯାୟୀ ବିଶ୍ବେ

     ବିବେକାନନ୍ଦଙ୍କ ନାମ ଗୁଞ୍ଜେ ବିଶ୍ବେ

     ଜନ୍ମଟି ଭାରତବର୍ଷେ।


ନୂଆ ଭାରତରେ ନୂତନ ସ୍ବପ୍ନକୁ ଆଣିଲେ ଦେଶପ୍ରଧାନ

ପୂର୍ଣ୍ଣ ଅଧିକାର ଦେଲେଟି ସୈନିକେ

ସେବନ୍ତି ଗରୀବ ଜନ।


     ଗରିବ ହୋଇବେ ସୁଖି ଓ ସମ୍ପନ୍ନ

     ଅନୁକ୍ଷ୍ୟଣେ ତିନ୍ତା ତାଙ୍କ

     ଶୁଭେଚ୍ଛା ଦିଆନ୍ତି ସୈନିକ ଓ ପ୍ରଧାନେ

     ପବିତ୍ର ପାର୍ବଣେ ତାଙ୍କ ।      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract