Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀଣାପାଣି ତ୍ରିପାଠୀ

Abstract

4  

ବୀଣାପାଣି ତ୍ରିପାଠୀ

Abstract

କହ ! କାହିଁକି ତୋତେ ମୁଁ ଡାକିବି ?

କହ ! କାହିଁକି ତୋତେ ମୁଁ ଡାକିବି ?

1 min
426


ମାଗିନାହିଁ କେବେ ହାତପାତି କିଛି 

ଆଦରି ନେଇଛି ସବୁ ମଥାପାତି 

ଦୁଃଖ ର ଦରିିଆ ହେଉ ଯେତେ ବଡ

ପଥର ଥାଉ କି ପଥେ ଥାଉ ଗାଢ

ଚାଲୁଛି, ଆଗକୁ ଚାଲିବି 

କହ ! କାହିଁକି ତୋତେ ମୁଁ ଡାକିବି ?


ଏ ଜୀବନେ ଭରିିଛ ଅମାବାସ୍ୟା ରାତି 

କି ପାଇଁଁ ଲୋଡିବି ପୁନେଇଁ ର ତିଥି

ଅନ୍ଧାରର ବ୍ୟଥା ଫେଡିବା ପାଇଁ କି 

ନିଜେ ଜହ୍ନ ହେଇ ଜଳିବି 

କହ ! କାହିଁକି ତୋତେ ମୁଁ ଡାକିବି ?


ବଡ ଦିଅଁ ବୋଲି ଡିଣ୍ଡିମ ପିଟୁଛୁ 

ବଡ ଦେଉଳ ରେ ପହଡ ଭାଙ୍ଗୁଛୁ 

ଷାଠିଏ ପଉଟି ଭୋଗରୁୁ କାଣିଏ 

ହେଇନି ତ କାହିଁ ଉଣା 

ଏଠି ତୋ ଭକତ ଉପବାସେ ଶୁଏ 

ଜାଣି ତୁ ଯଦିି ଅଜଣା 

କହ ! କାହିଁକି ତୋତେ ମୁଁ ଡାକିବି ?


ଜାଣିଛି ସବୁୁରି ମୂଳରେ ଥାଉ ତୁ 

ତୋ ଇଛା ରେ ସୁୁରୁଜ ଉଏଁ

ନାସାରନ୍ଧ୍ର ଡେଇଁ ଯଉ ଟିିିକକ ଚାଲିଛିି 

ତୋ ଆଜ୍ଞା ପାଇଲେ ବହେ 

ଅବେଳ ରେ ଯଦି ବୁଡେଇଲୁ ଭେଳା 

ଜୀଇଁ ଥିଲା ଯାଏଁ ଲଢିବି 

କହ ! କାହିଁକି ତୋତେ ମୁଁ ଡାକିବି ?



Rate this content
Log in

Similar oriya poem from Abstract