STORYMIRROR

Jagannath Barik

Abstract

4  

Jagannath Barik

Abstract

ହେ ମୋ ପ୍ରିୟ ପରମ ଈଶ୍ୱର

ହେ ମୋ ପ୍ରିୟ ପରମ ଈଶ୍ୱର

1 min
457


ହେ ଈଶ୍ୱର ତୁମେ ସତ୍ୟ, ତୁମେ ଶିବ

  ତୁମେହିଁ ସୁନ୍ଦର

ତୁମେହିଁ ଶାଶ୍ୱତ ଅପ୍ରାକୃତ, ଗତି ମୁକ୍ତି

   ଶାନ୍ତି ନିରାଧାର

ତୁମେ ଏକା ଯୁଗ ଯୁଗ ସାଥି

ଅନନ୍ତ ସମ୍ପର୍କ ତୁମ ସାଥେ ମୋର

ନେଇଯାଅ ହାତ ଧରି ଆରପାରି

ଯହିଁ ଅଛି ମୋର ନିଜ ଘର |


ଏ ଜଗତ ମାୟାର କୁହେଳି

ସବୁ ଅଟେ ଇନ୍ଦ୍ରଜାଲ ଭେଳକୀ ବ୍ୟବସ୍ଥା

ନିତ୍ୟ ନୈମିତ୍ତିକ ଅହରହ ପ୍ରତିଟି ମୁହୂର୍ତ୍ତ

  ପରିବର୍ତ୍ତନର ସ୍ୱଚ୍ଛ ରଙ୍ଗମଞ୍ଚ

କାଳ ଏଥି ଶକ୍ତିମାନ ଅବ୍ୟୟ ଅନନ୍ତ

   ସମସ୍ତଙ୍କୁ କରଇ କବଳ |


ନିୟତିର ଅନିର୍ଵାର୍ଯ୍ୟ ଗତି  

   ରୋଧିବାକୁ ନାହିଁ କାର ଶକ୍ତି

ହେ ମହାକାଳ! ଟେକିଦେଲି ହସ୍ତ

  ନେଇଯାଅ ଦୂର ବହୁଦୂର

ଯହିଁ ଭେଟିବି ମୁଁ ପ୍ରାଣର ଦେବତା

  ବ୍ରହ୍ମାନନ୍ଦ ସ୍ନେହ ପାରାବାର |


ସ୍ୱାମୀ ମୋର ପରମ ଈଶ୍ୱର

  ଚିର ପ୍ରସନ୍ନ ପ୍ରଶାନ୍ତ ଯାହାଙ୍କ ଅନ୍ତର

ଧରିନେବେ ଆଲିଙ୍ଗନେ କୋଳକୁ ତାଙ୍କର

ମୁଁ ତ ତାଙ୍କଠୁ ଉଦ୍ଭଵ, ତାଙ୍କଠି ବିଲୟ

  ମୁଁ ନିମିତ୍ତ ମାତର 

ମାୟାବଶେ କୁଣ୍ଢାଏ ସଂସାର |


ପୁତ୍ର ପତ୍ନୀ ପରିବାର ଯାବତ ବିଭବ

  କେହିତ ନୁହଁଇ ମୋର

ଗର୍ବ ଦମ୍ଭ ବଳ ଆସ୍ଫାଳନ

  ସବୁହେବ ମୁଠେ ଭସ୍ମସାର

ବିଶ୍ୱ ଏକା ଅଟଇ ତୁମର 

ହେ ମୋ ପ୍ରିୟ ପରମ ଈଶ୍ୱର |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract