Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Mudra

Abstract Inspirational

4  

Prabodha Mudra

Abstract Inspirational

ସର୍ବ ଶକ୍ତିମାନ କାଳ

ସର୍ବ ଶକ୍ତିମାନ କାଳ

1 min
488


ଅନନ୍ତ ବିଶ୍ବର ଚିରନ୍ତନ ସତ୍ୟ ସର୍ବଜୟୀ ମହାକାଳ

ତା'ର କବଳରୁ ନିସ୍ତରିବା ପାଇଁ ନାହିଁ ତ କାହାର ବଳ ||


ଦୈତ୍ୟାମର ନର ଗନ୍ଧର୍ବ କିନ୍ନର ସର୍ବେ ତାହାର ଅଧୀନ

କୀଟ-ପତଙ୍ଗାଦି ସକଳ ସଜୀବ କାଳଚକ୍ରେ ବନ୍ଧା ପୁଣ ||


ବର୍ଷ-ମାସ–ଦିନ ହୋଇଲେ ସମାପ୍ତ କାଳ ହୁଏ ଉପଗତ  

ଯଥା ସମୟରେ ତା ଗର୍ଭେ ବିଲୀନ ହୁଅନ୍ତି ପ୍ରାଣୀ ଜଗତ ||


କେହିତ ନୁହନ୍ତି ଅଜର-ଅମର ଏହି ଅନିତ୍ୟ ସଂସାରେ  

ଆବାଳ–ବୃଦ୍ଧବନିତାଦି ସର୍ବେ ଗଚ୍ଛନ୍ତି କାଳର ସ୍ରୋତରେ ||


ଅହରହ ଭାବେ ପ୍ରତି ନିମିଷରେ କାଳ କରୁଥାଏ ଗତି  

ତା ଗତିକୁ ପ୍ରତିରୋଧ କରିବାକୁ ନାହିଁତ କାହାର ଶକ୍ତି ||


ସମୟ ତ ଅଟେ ମହାଶକ୍ତିମାନ ପୁଣି ଅଟେ ବେଗମାନ  

ସୁର-ବୀର ମହାପ୍ରତାପୀ ଠୁ ମଧ୍ୟ ଅଟଇ ସେ ବଳବାନ ||


ସମୟ ସ୍ରୋତରେ ଶୁଷ୍କତୃଣ ପରି ସର୍ବେ ଭାସି ଚାଲିଥାନ୍ତି  

ଜୀବନ ଯୁଦ୍ଧରେ ହୋଇ ପରାହତ ଲଭନ୍ତି ମହାଦୁର୍ଗତି  ||


କ୍ଷଣଭଙ୍ଗୁର ଏ ନଶ୍ବର ସଂସାରେ କେହିତ ନୁହେଁ କାହାର  

ଭବ ରଙ୍ଗମଞ୍ଚେ ସାରି ଅଭିନୟ ତ୍ୟଜନ୍ତି ଇହ ସଂସାର  ||


ଧନ-ଯୌବନ ନୁହେଁ ଚିର ସ୍ଥାୟୀ ଏହା ଅଟେ ସତ୍ୟଗିର 

ଅଢେଇ ଦିନର ତୁଚ୍ଛ ପ୍ରାଣୀ ଆମ୍ଭେ ଦେଖାଉ ବଡ ଚାତର ||


ବୟସ ବୃଦ୍ଧିରେ ଆୟୁ ହୁଏ କ୍ଷୀଣ ସର୍ବେ ଯାନ୍ତି ଯମ ସଦନ  

ଗର୍ବ-ଅଭିମାନ ସବୁ ହୁଏ ଚୂର୍ଣ୍ଣ ଏ ଅଟେ ବିଧିର ବିଧାନ  ||


ଅଜର-ଅମର ଜ୍ଞାନ କରି ବୁଧେ ଅର୍ଜଥାନ୍ତି ବିଦ୍ୟା-ଧନ  

ମୃତ୍ୟୁ ଉପସ୍ଥିତ ହୋଇଯିବ ଜାଣି କରନ୍ତି ଧର୍ମ ଅର୍ଜନ  ||


ବିଷୟ ଭୋଗରେ ହୋଇଣ ଆବଦ୍ଧ ମାୟାମୋହେ ହେଉ ଛନ୍ଦି,

କାଳକଥା ମନୁ ହୁଏ ବିସ୍ମରିତ ଈଶ୍ବରେ ନ ରଖି ମତି  ||


ବିଭୁଙ୍କ କୃପାରୁ ଏ ଧରା ବକ୍ଷରେ ମାନବ ରୂପରେ ଜାତ,

କାଳ ଇଙ୍ଗିତରେ ଯେ ଯାହା ବାଟରେ ଚାଲନ୍ତି ଏ କଥା ସତ୍ୟ ।।


ବିଶ୍ବଭୁବନର ଅଦ୍ୱିତୀୟ ଶୂର ସେ ଅଟେ ମହାନାୟକ,

ବିଧିର ବିଧାନ ନ ହୋଇବ ଆନ କାଳ ଯେ ସର୍ବ ଭକ୍ଷକ || 


ଭାବର୍ଣ୍ଣବ ଜଳେ ହୁଏ ଭାସମାନ ମୀନ ରୂପୀ ଏହି ନର,

ମହାକାଳରୂପୀ କୈବର୍ତ୍ତ ପାଶରୁ ନ ମିଳେ କଦା ନିସ୍ତାର ||


ବେଳ ଥାଉ ସର୍ବେ ହୋଇ ସାବଧାନ କରିବା କର୍ତ୍ତବ୍ୟମାନ  

ଅନ୍ତିମ କ୍ଷଣରେ ସହାୟକ ହେବେ ପ୍ରଭୁ ସ୍ବୟଂ ନାରାୟଣ ।।


Rate this content
Log in

Similar oriya poem from Abstract