Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Mudra

Inspirational

3  

Prabodha Mudra

Inspirational

ଅସତୋ ମା ସଦଗମୟ

ଅସତୋ ମା ସଦଗମୟ

1 min
349


ଦୟାମୟ ପ୍ରଭୁ ଜଗଦୀଶ୍ବର ।

ତୁମ ପଦ୍ମପାଦେ କୋଟି ଜୁହାର ।।


ତୁମ୍ଭ ଲୀଳାର ସୃଷ୍ଟି ଏ ସଂସାର ।

ଜଗତରେ ତବ ଲୀଳା ଅପାର ।।


ତୁମ୍ଭ ଇଙ୍ଗିତରେ ସର୍ବେ ଚାଳିତ ।

ତୁମ୍ଭର ବିନା ପ୍ରଭୁ ଅନିଶ୍ଚିତ ।।


ଅପ୍ରମେୟ ଶକ୍ତିର ମୂଳଉତ୍ସ ।

ପ୍ରଭୁ ତୁମେ ହିଁ ଅନାଦି ଅନନ୍ତ ।।


ତୁମ୍ଭ ଆଲୋକେ ବିଶ୍ବ ଉଦ୍ଭାସିତ ।

ସେହି ଜ୍ଯୋତିରେ ପ୍ରାଣୀ ଆତଯାତ ।।


ହେ ! ଅଖିଳ ବ୍ରହ୍ମାଣ୍ଡର ନାୟକ ।

ତୁମେ ଦେଖାଅ ଜ୍ଞାନର ଆଲୋକ ।।


ସତ୍ୟ-ଧର୍ମ ପଥ ମୋତେ ଦେଖାଅ ।

ଦୟା-କ୍ଷମାଗୁଣ ହେଉ ମୋ ଧ୍ଯେୟ ।।

ସହିଷ୍ଣୁତା ହେଉ ମୋର ଭୁଷଣ ।

ସରଳ ଜୀବନରେ ଯାଉ ମୋ ଦିନ ।।


ସେବା-ଉପକାର ହେଉ ମୋ ବ୍ରତ ।

ପ୍ରୀତିଭାଜନ ହେବି ମୁଁ ସତତ  ।।


କାହା ମନରେ ନ ଦେବି ଆଘାତ ।

ସଦା ରହିବି ସୁପ୍ରସନ୍ନ ଚିତ୍ତ ।।


ସଦା ଗୁରୁଜନେ ଭକ୍ତି ମୋ ରହୁ।

ତାଙ୍କ ଆଶିଷୁ ଜୀବ ଧନ୍ଯ ହେଉ ।।


ଷଡରିପୁ ଠାରୁ ଦୂରେ ରହିବି ।

ଭଲ ମଣିଷ ନିଶ୍ଚୟ ମୁଁ ହେବି ।।


ମୋର କୁବୁଦ୍ଧିକୁ କରି ବିନାଶ ।

ସଦବୁଦ୍ଧିର କରାଅ ବିକାଶ ।।


ମନ ହୁଅଇ ସର୍ବଦା ଅସ୍ଥିର ।

ମୋର ମନକୁ କର ଯେ ସୁଦୃଢ ।।

କରେ ତୁମକୁ ନିତ୍ୟ ପ୍ରଣିପାତ ।

ଏ ଜୀବନ ହେଉ ମୋର କୃତାର୍ଥ ।।


Rate this content
Log in

Similar oriya poem from Inspirational