STORYMIRROR

Anirudha Senapati

Abstract

4  

Anirudha Senapati

Abstract

ଅନ୍ୱେଷଣ

ଅନ୍ୱେଷଣ

1 min
468

ଶୂନ୍ୟତାରେ ତବ ହଜିଛି କେତେ ମୁଁ ,

ଅର୍ଥ ତୁମ ପାଇଁ ଖୋଜିଛି କେତେ ମୁଁ ,

ବିଶ୍ୱାସରେ ପୁଣି ଅନ୍ଧ ହୋଇ କେବେ 

ଅନ୍ଧକାରେ ବାଟ ଚାଲିଛି କେତେ ମୁଁ !


ଜ୍ଞାନଦୀପ ଜାଳି ବ୍ୟଥା ରେ ଜଳିଛି

ଅକୁହା ପ୍ରଶ୍ନଯେ କେତେ ପଚାରିଛି 

ଅରଣ୍ୟେ ପର୍ବତେ ନଦୀ ଝରଣାରେ 

ପ୍ରତିରୂପ ତବ ହୃଦୟେ ଦେଖିଛି


ସନ୍ଦେହ ଗୋଧୂଳି କ୍ଲାନ୍ତ ଅପରା6ହ୍ନ 

ଧୁମ୍ରମୟ ହୁଏ ଦ୍ଵନ୍ଦର ବାଦ6ଲ 

ସୌଦାମିନୀ ସମ ଭୟର ବାରୁଣୀ 

ବଜ୍ରପା6ତ କେବେ ଦୁନ୍ଦୁଭି ବଜାଏ


ମନ ଉପବନେ ଗହନ ବନରେ

ମରିଚିକା ପଛେ ମଧୁର ସଂଧାନେ

ପକ୍ଷୀରାଜ ଅଶ୍ବେ ଉଡ଼ିଛି ମୁଁ କେତେ !

କଳ୍ପନାର ଛବି ଆଙ୍କିଛି ମୁଁ କେତେ !


ଲେଖନୀ ଜୀବନ ସଂଗୀତ ଗାଇଛି 

ମେଘମଲହାରରେ ବୀଣା ଯେ ଭିଜିଛି 

ଆହୁରି ଗମ୍ଭୀରେ ମୃଦଙ୍ଗର ନାଦେ 

ଅଶ୍ରୁ ଜଳେ କେତେ ନଦୀଯେ ବହିଛି 


ଅନ୍ତହୀନ ଏକ ସମୁଦ୍ରର କିବା 

ଦୃଶ୍ୟ କେହି କରି ପାରେକି ବର୍ଣ୍ଣନା !

ଅସୀମର ସେହି ବ୍ୟାପ୍ତ ବିଶ୍ଵରୂପ 

ଚିତ୍ରପଟେ ଆଙ୍କି ପାରେ କି ସସୀମ …….!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract