STORYMIRROR

Anirudha Senapati

Abstract

4  

Anirudha Senapati

Abstract

ନଦୀ ଆଉ ପଥିକ

ନଦୀ ଆଉ ପଥିକ

1 min
540

ଚାଲୁଥିଲି ଦିନେ ମହାନଦୀ କୂଳେ 

ଢେଉ ଖେଳୁଥିଲା ଲୁଚକାଳି 

ଅପରାହ୍ନର ସେ ମେଘୁଆ ଆକାଶୁ 

ବର୍ଷା ପଡୁଥିଲା ଥିରି ଥିରି 

ଦିଗବଳୟ ଶେଷେ ପକ୍ଷୀମାଳା କିଛି 

ଯାଉଥିଲେ ଉଡି ଦୂରଦେଶେ 

ଅସ୍ତାଚଳେ ରବି ବିଦାୟ ବେଳାରେ

ସନ୍ଧ୍ୟା ଆସୁଥିଲା ଦିବା ଶେଷେ 

ନାଉରିଆ କେହି ତରୀଟିଏ ବାହି

ବସି ଥିଲା କିଛି କଥା ଭାବି,

ଦୃଶ୍ୟ ଥିଲା କିଛି ଅଭୁଲା ସ୍ମୃତି ସେ 

ମନୋରମ ଶାନ୍ତ ଶୋଭାରାଶି !


ଗଢ଼ିଥିଲା କେହି ବାଲୁକା ସହରେ

ଆରାଧ୍ୟ ପାଇଁ କି ମନ୍ଦିରଟେ 

ପୂଜାରୀ ନଥିଲା ଆରତୀ ନଥିଲା 

ନଥିଲେ ଈଶ୍ୱର କେହି ଜଣେ !

କେଉଁ ଭାବନାର ପ୍ରତିଛବି ସେ ଯେ 

କାହିଁକି ଆଙ୍କିଲା କଳାକାର ! 

ସହର ଭିଡରେ ନିରୋଳା ତଟରେ 

କା ପାଇଁ ଛାଡିଲା ସ୍ମୃତିଚିହ୍ନ !


ପ୍ରକୃତିର ସେଇ ମୁଗ୍ଧ ଚିତ୍ରଣରେ 

ନ ହଜିବ କାହିଁ ପଥଚାରୀ ! 

କାହିଁ କେ ନହେବ କବି ସତେ ସେଠି; 

ନଲେଖିବ କାହିଁ କିଛି ପଂକ୍ତି !

ଭଗ୍ନ ଭାବନାର ଅଧୁରା ଅର୍ଥରେ 

ସାହିତ୍ୟ ସର୍ଜନା ରୂପ ଧରେ 

କଥା ଯା କୁହେନା ଶବ୍ଦ ଯା ଲେଖେନା 

ମନ ଆଙ୍କିପାରେ କାଳାନ୍ତରେ ...!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract