ମନୁଷ୍ୟତ୍ବ କିଛି ପ୍ରଶ୍ନବାଚୀ
ମନୁଷ୍ୟତ୍ବ କିଛି ପ୍ରଶ୍ନବାଚୀ
ମନୁଷ୍ୟ କି ତୁମେ,ସର୍ବଶ୍ରେଷ୍ଠ ସୃଷ୍ଟି !
ରଚୟିତା ଚିତ୍ରପଟେ !
ଅବା ପ୍ରଳପନ ,ମିଥ୍ୟା କଥାନ୍ତରେ ;
ଚାଲୁଅଛ ଅନ୍ଧ ବାଟେ !
ବନ୍ୟାରେ କ୍ଷୁଦ୍ର ଗୁଳ୍ମ ପରି ଯେ
ଭାସିଯାଅ ତୁମେ ସ୍ରୋତେ;
ପ୍ରଳୟଙ୍କରୀ ସେ ମହା ତାଂଡବରେ
ଭୟ ତୁମକୁ ନାଶେ !
ମହା ବ୍ୟାଧି ଗ୍ର।ସେ ଶୀର୍ଣ୍ଣ ଶରୀର
ଭିକ୍ଷୁକ ତୁମେ ସାଜ;
ରୌଦ୍ରଦଗ୍ଧI ମହୀ ତପ୍ତ ଆଭାରେ
ଶୁଷ୍କ ତୁମରି ମୁଖ !
ଅର୍ଥ ତୁମକୁ ବାଧ୍ୟ କରିଛି
ଅନର୍ଥର ରାଜପଥେ;
ଉର୍ନତି ନାମେ ଭସ୍ମାସୁର ଯେ
ଧ୍ବଂସ କରିଛ କେତେ !
ବିଜ୍ଞାନ ତୁମ ବୁଝିପାରିନାହିଁ
ଜ୍ଞାନର ଗମ୍ଭୀରତା ;
ନେଇଛି ଜୀବନ ଦେଇପାରିନାହିଁ
ତୃପ୍ତି ର ପରିଭାଷା !
ବନ୍ଦୀ କରିଛ ନିରୀହ ଜୀବନ
ତୁମର ଆମୋଦ ପାଇଁ ;
ହେଲେ ବନ୍ଦୀ ଘରେ କେବେ କି ଭାବିଛ
ଜୀବନର ମୂଲ୍ୟ କାହିଁ!
ମୁକ୍ତ ଆକାଶେ ଉଡିବାର ଆଶା
ଭାଙ୍ଗିଦେଇଛ ତୁମେ!
ଯନ୍ତ୍ର ପରିକା ତୁମେ ଯେ ଚାଲୁଛ
ଲିପ୍ସା ମୋହରେ ସତେ !
ଭୁଲିଛ ପ୍ରକୃତି ଭୁଲିଛ ଜୀବନ
ପ୍ରେମ ତୁମ ବ୍ୟବସାୟ ;
ଭାବନାକୁ ତୁମେ ପ୍ରତିଷ୍ଠାର ତୁଚ୍ଛ
ନିର୍ଜୀବ ମୂଲ୍ୟରେ ମାପ !
କାହିଁ ଶ୍ରେଷ୍ଠପଣ ହଜିଛି କେଉଁଠି
କାହିଁ ତୁମ ଅନୁଭୂତି ?
ଅନ୍ଧ ପୁଟୁଳିର ଆବରଣେ ଅବା
ମୁଦ୍ରିତ ତବ ଆଖି .....!!!!
