Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

ସୂର୍ଯ୍ୟ କିରଣ

ସୂର୍ଯ୍ୟ କିରଣ

1 min
549



ତିନୋଟି ଜିନିଷ ମାଗଣାରେ ମିଳେ

  ଆଲୋକ ପଵନ ପାଣି

ସୂର୍ଯ୍ୟର କିରଣ ଆଲୋକ କାରଣ

   ପାରୁଥିବ ପିଲେ ଜାଣି |


ସୂର୍ଯ୍ୟଟି ସକଳ ଶକ୍ତିର ଆକର

   ସୌରଜଗତର ମଣି

ରବି ରଶ୍ମୀ ଖରା ଯୋଗୁଁ ହୁଏ ଧରା

   ସର୍ବ ସମ୍ପଦର ଖଣି |


ନବୋଦିତ ରବି ମନୋହର ଛବି

   କିରଣ କି ମଧୁମୟ

ଅନେକ ଦୁରୁହ ଚର୍ମ ରୋଗଚୟ

   କରିଥାଏ ନିରାମୟ |


କୁଷ୍ଠ କରକଟ ଦମନେ ଉତ୍କଟ

   ଅତିବାଇଗଣୀ ରଶ୍ମୀ

ଦାନ କରେ ନିତ୍ୟ ବାୟୁ ବିଶୋଧିତ

  କରଇ ଜୀବାଣୁ ଧ୍ୱଂସୀ |


ଖରା ଯୋଗୁଁ ଧରା ଉର୍ବରତା ପରା

   ହୋଇଥାଏ ପରିବୃଦ୍ଧି

ସୌର ଶକ୍ତିବଳେ କାରଖାନା ଚଳେ

  ବଢ଼େ ମାନବ ସମୃଦ୍ଧି |


ଲଭି ସୂର୍ଯ୍ୟତାପ ଜଳ ହୁଏ ବାଷ୍ପ

  ମେଘର ହୁଅଇ ସୃଷ୍ଟି

ସର୍ଜି ଜଳଚକ୍ର ପାଳେ ଏ ଜଗତ

  ତାହାଯୋଗୁ ହୁଏ ବୃଷ୍ଟି |


ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତିରେ ଆଦ୍ୟ

  ଲୋଡ଼ା ହୁଏ ସୂର୍ଯ୍ୟାଲୋକ

ସୂର୍ଯ୍ୟ ଆଲୋକରେ ବରଫ ତରଳେ

  ନଦୀହୁଏ ଚିରସ୍ରୋତ |


ସକଳ ଖଣିଜ ଜୈବ ବିବର୍ତ୍ତନ

  ପାଇଁ ସୂର୍ଯ୍ୟ ରଶ୍ମୀ ହିତ 

ସୂର୍ଯ୍ୟାଲୋକ ବିନା ଏ ଜଗତ ସିନା

   ହୋଇବ ମରୁ ପ୍ରତୀତ ।


Rate this content
Log in

Similar oriya poem from Abstract