Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4.5  

Jagannath Barik

Abstract

ବରଷା ରାଣୀ ଗୋ ଆସ

ବରଷା ରାଣୀ ଗୋ ଆସ

1 min
532


ବରଷାରାଣୀ ଗୋ ଆସ

ମେଘ ସଵାରୀରେ ପବନ ସାଥିରେ

ଭାସି ଭାସି ତୁମେ ଆସ |


ପିନ୍ଧି କଳାମେଘୀ ଶାଢ଼ୀ

ବିଜୁଳି ହସରେ ରିମ ଝିମ ସ୍ୱରେ

ଘଡ଼ଘଡ଼ି ବାଦ୍ୟ ବାଢ଼ି |


ମଉସୁମୀ ସଖୀ ଧରି

ଟପର ଟପର ପୟର ନୂପୁର

ନାଚିଯାଅ ମନ ଭରି |


ଧରା ତାତି ଦୂରକର

ଅସରା ଅସରା ବରଷାର ଧାରା

ଢାଳି ଦିଅ ଉର୍ବୀପର |


ଦେଖି ତୁମ ଆଡମ୍ବର

ବନରେ ମୟୂର ଖୋଲିଦେଇ ପର

ନାଚୁ ତୋଳି କେକା ସ୍ୱର |


ପୂର୍ଣ୍ଣ ହେଉ ଜଳାଶୟ

ହଟୁ ଗ୍ରୀଷ୍ମଭୟ ହେଉ ଜଳମୟ

ହସୁ ସବୁଜ ବଳୟ |


କୃଷକ ହେଉ ପ୍ରସନ୍ନ 

ଧାନ ବେଉଷଣ ରୁଆ କାର୍ଯ୍ୟମାନ 

ଶୁଭେ କରୁ ସମ୍ପାଦନ |


ସବୁଜ ତୃଣ ପ୍ରାନ୍ତର

ନାଲି ଟୁକୁ ଟୁକୁ ସାଧବବୋହୂକୁ

ଦେଖିବାରେ କି ସୁନ୍ଦର |


ଭେକ ରଡ଼ି କର୍ଣ୍ଣ କଟୁ

ନିଶିଥେ ପ୍ରଖର ଏ ବିରକ୍ତିକର

ଝିଁ ଝିଁ ଝିଙ୍କାରି ରଟୁ |


ନଦୀରେ ନଆଣ ବଢ଼ି

ତଡ଼ିନେଇ ସୁଖ ଦେବନାହିଁ ଦୁଃଖ

ଅଭାବରେ ଯିବୁ ସଢ଼ି |


ସ୍ୱାଗତ ହେ ବର୍ଷାରାଣୀ

ଜଗତପାଳିନୀ କଲ୍ୟାଣ କାରିଣୀ

ଖୋଲ ସୁଷମାର ଖଣି |


Rate this content
Log in

Similar oriya poem from Abstract