STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ଘରେ ଘରେ ତ୍ରିରଙ୍ଗା

ଘରେ ଘରେ ତ୍ରିରଙ୍ଗା

1 min
116

ଆସ ଆଜି ଅହଙ୍କାରୀ ହେବା 

ତ୍ରିରଙ୍ଗାକୁ ଛାତିରେ ଲଗାଇ

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ। 


ଆଜାଦୀର ଅମୃତ ବେଳାରେ 

ଏକ ହୁଅ ଅମୃତ ସନ୍ତାନ,

ଦେଶଭକ୍ତି ଜାଗରିତ ହେଉ 

ଫୁଟିଉଠୁ ଖାଣ୍ଟି ଅଭିମାନ। 

ଜାତି ଧର୍ମ ବର୍ଣ୍ଣର ଉର୍ଦ୍ଧ୍ବରେ 

ସର୍ବେ ଏକତାର ମନ୍ତ୍ର ଗାଇ,

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।।


ଜ୍ଞାନ ବଳିଦାନ ଓ ବୀରତ୍ଵ 

ଚମକୁ ତା ନାରଙ୍ଗୀ ରଙ୍ଗରେ,

ଅଭିବୃଦ୍ଧି ଓ ନବ ସମ୍ଭାବନା 

ଝଲସୁ ସେ ସବୁଜ ରଙ୍ଗରେ। 

ଶ୍ୱେତରଙ୍ଗେ ଝରିଆସୁ ଶାନ୍ତି 

ପ୍ରଗତିର ଚକ୍ରକୁ ସଜାଇ,

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।।


ଭୂମିଠାରୁ ଭୁମା ପର୍ଯ୍ୟନ୍ତ 

ମୁଖରିତ ହେଉ ଜୟ ଧ୍ଵନୀ,

ଭାରତୀୟ ବୋଲି ଗର୍ବରେ 

ପ୍ରକମ୍ପିତ ହେଉ ଏ ମେଦିନୀ।

ଦେଶ ସାଜୁ ନବ ଆସ୍ତରଣେ

ବିଶ୍ଵ ଦେଖୁ ଆଚମ୍ବିତ ହୋଇ,

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।।


ପ୍ରତି ହୃଦେ ଜଳିଉଠୁ ବତୀ 

ଦେଶପାଇଁ କିଛି କାର୍ଯ୍ୟ ପାଇଁ,

ଯେଉଁ ଦେଶ ପାଇଁ ଆଜି ଆମେ 

ମଥା ଟେକି ବାଟ ଚାଲୁଥାଇଁ। 

ବନ୍ଦି ତାର ଚରଣ କମଳ 

ସର୍ବେ ଏକ ସ୍ୱରେ ଜୟ ଗାଇ,

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।।


ଭିତରର ଅହଙ୍କାର ଯେତେ 

ସମ୍ପିଦେଇ ଦେଶ ମାତୃକାରେ,

ତାର ଲାଗି କର୍ତ୍ତବ୍ୟର ବୋଧ 

ଭରିଯାଉ ଦୃଢ଼ ସଂକଳ୍ପରେ। 

ଲଂଘି ଯିବା ଶତ ବାଧା ଆସୁ 

ମା'ର ମାଟି ମଥାରେ ଲଗାଇ,

ଭାରତୀୟ ବୋଲି ଗୌରବେ 

ଘରେ ଘରେ ତ୍ରିରଙ୍ଗା ଉଡ଼ାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract