Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Prusty

Abstract

3  

Madhusmita Prusty

Abstract

ପାଦ

ପାଦ

1 min
241



ପାଦତଳେ ତବ ରଖ ଦୀନବନ୍ଧୁ 

ଏଇ ଅନୁରୋଧ ମୋର, 

ସକାଳରୁ ସଞ୍ଜ ଭକ୍ତି ପୁଷ୍ପ ଦେଇ 

ପୂଜିବି ତୁମ ପୟର |


ପାଦତଳ ତୁମ ଶାନ୍ତି ମୁକ୍ତି ଧାମ 

ମୋକ୍ଷ ମିଳେ ଯହିଁ ସାଇଁ, 

ଶରଣ ମାଗୁଛି ବିଭୁ ପାଦତଳେ 

ଉଦ୍ଧାରିବ ଭାବଗ୍ରାହୀ |


ଶୟନେ ସ୍ୱପନେ ଦେଖେ ଏ ନୟନେ 

ଅଦୃଶ୍ୟ ଚରଣ ଦ୍ୱୟ, 

ମନ ଆତ୍ମା ମୋର ସଦା ସ୍ମରୁଥାଉ 

ପାଦତଳେ ରହୁ ଲୟ |


ସକଳ ସୃଷ୍ଟିର ପ୍ରାରମ୍ଭ ବିଲୟ 

ଯେଉଁ ପାଦତଳେ ସ୍ଥିତ, 

ସେଇ ପରଂବ୍ରହ୍ମ ପରମ ଇଷ୍ଟଙ୍କୁ 

ଶତକୋଟି ପ୍ରଣିପାତ |


ତୁମ ପାଦଧୂଳି ହେବି କି ନହେବି 

କିବା ଅଛି ଏ ଭାଗ୍ୟରେ, 

ଟିକିଏ ସୌଭାଗ୍ୟ ଯାଚିଦେବ ପ୍ରଭୁ 

ଦେଖୁଥିବି ନୟନରେ |



Rate this content
Log in

Similar oriya poem from Abstract