STORYMIRROR

Lopamudra Parida

Abstract

3  

Lopamudra Parida

Abstract

ପ୍ରିୟତମା

ପ୍ରିୟତମା

1 min
269

ଘଞ୍ଚ ସୁନ୍ଦର ଜଙ୍ଗଲ ମଝିରେ 

ପାପୁଲିଏ ସମ୍ଭାବନା ଥପା ମୁଠାରେ 

ମୁଦା ମୁଦା ଆଖି 

ଥର ଥର ଓଠ

ପଦ୍ମ କଳି ଆଙ୍ଗୁଳି 

ଢଳ ଢଳ ପାଦ 

ବାସ୍ନାୟିତ ଗଭା 

ସୌଦାମିନୀ ପରି

ଧାରେ କଜ୍ବଳ 

ସର୍ବ ଶୃଙ୍ଗାର 

ତୁମ ପାଇଁ 

"ତୁମ ରାଧା "।


ତୁମେ ଦୁର୍ବାଦଳରୁ ଦାରୁ 

ଜଡରୁ ଜୀବନ 

ବିନ୍ଦୁ ରୁ ପରିସମାପ୍ତି ପୁଣି ପ୍ରଥମବିନ୍ଦୁ 

ଦୂରତ୍ବ ରୁ ସରଳପଥକୁ 

ଶବ୍ଦ ସବୁର କଳ୍ପନା ଫୁଲ ନୁହେଁ

ତୁମେ ମୋ ଆଖି ର ଭାଷା 

ପ୍ରତିବମ୍ବିତ ପ୍ରତିଛବି 

ମୋ ନିଜର 

ନିୟନେ ତୁମର ।


ଶ୍ରବଣପଥରେ 

ଅବିରତ 

ପ୍ରତିଧ୍ବନିତ 

ତୁମ ସ୍ବର 

ପ୍ରୟତମା, ପ୍ରିୟତମା 

ତୁମ ରାଧାର ଅମୂଲ୍ୟ ପ୍ରାପ୍ତି 

ହେ ! ପ୍ରିୟବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract