ପ୍ରିୟତମା
ପ୍ରିୟତମା
ଘଞ୍ଚ ସୁନ୍ଦର ଜଙ୍ଗଲ ମଝିରେ
ପାପୁଲିଏ ସମ୍ଭାବନା ଥପା ମୁଠାରେ
ମୁଦା ମୁଦା ଆଖି
ଥର ଥର ଓଠ
ପଦ୍ମ କଳି ଆଙ୍ଗୁଳି
ଢଳ ଢଳ ପାଦ
ବାସ୍ନାୟିତ ଗଭା
ସୌଦାମିନୀ ପରି
ଧାରେ କଜ୍ବଳ
ସର୍ବ ଶୃଙ୍ଗାର
ତୁମ ପାଇଁ
"ତୁମ ରାଧା "।
ତୁମେ ଦୁର୍ବାଦଳରୁ ଦାରୁ
ଜଡରୁ ଜୀବନ
ବିନ୍ଦୁ ରୁ ପରିସମାପ୍ତି ପୁଣି ପ୍ରଥମବିନ୍ଦୁ
ଦୂରତ୍ବ ରୁ ସରଳପଥକୁ
ଶବ୍ଦ ସବୁର କଳ୍ପନା ଫୁଲ ନୁହେଁ
ତୁମେ ମୋ ଆଖି ର ଭାଷା
ପ୍ରତିବମ୍ବିତ ପ୍ରତିଛବି
ମୋ ନିଜର
ନିୟନେ ତୁମର ।
ଶ୍ରବଣପଥରେ
ଅବିରତ
ପ୍ରତିଧ୍ବନିତ
ତୁମ ସ୍ବର
ପ୍ରୟତମା, ପ୍ରିୟତମା
ତୁମ ରାଧାର ଅମୂଲ୍ୟ ପ୍ରାପ୍ତି
ହେ ! ପ୍ରିୟବର ।
