STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ସ୍ମୃତି ପୁଞ୍ଜ

ସ୍ମୃତି ପୁଞ୍ଜ

1 min
21

ମୁଁ ବସିଛି ମୋ ସହ,

ଆଖି ପାଇବା ଯାଏ କାହିଁ

କେହି ତ ନାହିଁ ଆଉ !

ଅଛି ତ ଅଛି କେବଳ 

ଶୂନ୍ୟତାର ଛାୟା।।


ସାଗର କୂଳେ ଏମିତି 

କାଠ ବେଞ୍ଚଟେ ମିଳିବା ସୈାଭାଗ୍ୟ 

ଏଠି ବସିବା ବି ନିଜେ

ଏକ ଅନନ୍ୟ ଅନୁଭବ ନିଜ ଭିତରର,

ନିଜ ପାଇଁ ସମୟ ଦେଇ

ନିଜକୁ ଚିହ୍ନିବା 

କଣ ଏଡେ ସହଜ!


ଆକାଶ ସାଗରର ମିଳନ

ଅସ୍ତରାଗ ସହ ରଙ୍ଗ ବଦଳଉଥିବା ପାଣି

ଅସରନ୍ତି ସେ ଦୁହିଁଙ୍କ ଏକତ୍ରିତ ଆବାମିକା


ହେବନି ବା କାହିଁକି 

ଇଥର ସମଗ୍ର ତ 

ନୀଳମୁକ୍ତା ପରି 

ସ୍ପଟିକ ରଜତ ଘସା 

ସୁନା ଢେଉର ଦାୟାଦ ।।


ତେବେ ମୁଁ?

ଅସ୍ତିତ୍ବ ଖୋଜୁଥିବା

 ଖୋଲା ଆଖିର ସାଇତା ସ୍ବପ୍ନଟିଏ,


କେହି ଗୋଟେ 

ପଚାରୁଛି କି କାହାର ବୋଲି

ଏ ଝୁରା ଝୁରା ସ୍ବପ୍ନ ତକ ?


ତୁମର,ମୋର, ସମୟର

ଅବା ସୃଷ୍ଟିର 

ଶେଷ ପୁଞ୍ଜିମୁଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action