ମା ର ମହତ୍ତ୍ୱ
ମା ର ମହତ୍ତ୍ୱ
ମମତା, ନିଃସ୍ୱାର୍ଥ ସେବାର ଜୀବନ୍ତ
ରୁଦ୍ଧିମନ୍ତ ପ୍ରତୀକ...ମାଆ
ବିରଳ ସ୍ନେହ ଭାବନାର ଝର, ସୁଖେ
ନାହିଁ କ୍ଷଣିକ...ମାଆ /୧/
ସଂସାରରେ ନିଜ ସନ୍ତାନର ସୁଖ ଓ
ସମୃଦ୍ଧି ପ୍ରଦାୟିନୀ...ମାଆ
ଜଗତର ଅଟେ ଗରୀୟସୀ, ମହିୟସୀ,
ସହାସ୍ୟ ବଦନୀ...ମାଆ /୨/
ଅତି ଖୁସିରେ ପଣତ ଉହାଡେ କୋଳରେ
ଶୁଆଇ ଦିଏ.......ମାଆ
ଦୁଃଖ କଷ୍ଟ ସହି ଅନାହାରେ ରହି ସନ୍ତାନର
ଉଦର ଭରିଦିଏ.......ମାଆ /୩/
ଜନନୀ ଜଠରୁ ନେଇଣ ଜନମ ମୁଁ ଯେବେ
ଡାକିଲି କୁଆଁ କୁଆଁ.......ମାଆ
ମାଆ ଖୀର ତ ଅମୃତ, ପାନ କରି ମୁହିଁ
ଶେଷରେ ହୋଇଲି ଠିଆ.......ମାଆ /୪/
ଚାଲୁ ଚାଲୁ ଝୁଣ୍ଟି ପଡୁଥିଲି ମୁହିଁ ଶିଶୁଟିଏ
ଥିଲା ବେଳେ.......ମାଆ
କାନ୍ଦି କାନ୍ଦି ପୁଣି ଥକି ପଡୁଥିଲି ମାଆ ଟେକି
ନେଉଥିଲା ତାର କୋଳେ.......ମାଆ /୫/
ସ୍ନେହ ମମତାର ତୋର କୋମଳ ପରଶ
ମନ କିଣୁଥିଲା ମୋର.......ମାଆ
ମନରେ ନଥାଏ ଡର ଆଉ ଭୟ ଥିଲେ
ପଣତର ତଳେ ତୋର .......ମାଆ /୬/
ତୋର କାଉଁରୀ ପରଶରେ ହରି ଯାଏ ମୋ
ସାରା କ୍ଳେଶ...ମାଆ
ଦିନସାରା କାର୍ଯ୍ୟରତ ତନୁ ଅବଶ ଥାଇ
ମିଳଇ ତୋର ସ୍ପର୍ଶ...ମାଆ /୭/
ପ୍ରକୃତି ଗଢିଛି ଅମାପ ଦକ୍ଷତା, ମୋ ପ୍ରଥମ
ଗୁରୁ, ବଳ ମୋ ପାଇଁ ତୋ ଆଶିଷ...ମାଆ
ନୂତନ ଆକାଂକ୍ଷା ସଞ୍ଚରି ମନରେ ଭରି ଦିଅ
କେତେ ନବ ଆଶ ...ମାଆ /୮/
ଶୁଖିଲା ମୁହଁକୁ ଦେଖିଲେ ମୋର, ହୃଦୟରୁ
ତୋର ବହଇ କୋହ...ମାଆ
ଧୂଳି ଟିକେ ଦେଖିଲେ ମୋର ଦେହରେ, ସହେ
ନାହିଁ ତୋର ଦେହ...ମାଆ /୯/
ମାଆ ନାମଟି, ତୁଣ୍ଡରେ ସଂଗେ ସଂଗେ ଆସେ
ସମ୍ମୁଖୀନ ହେଲେ ଦୁଃଖ ଝଡ଼.....ମାଆ
ନାହିଁ ତା'ର ପଟାନ୍ତର, ପୃଥିବୀରେ ମାଆ ନାମ
ଗୋଟି ସବୁଠାରୁ ବଡ.....ମାଆ /୧୦/
ତୁମେ ସଦା ପୂଜନୀୟା, ଚି଼ର ବନ୍ଦନୀୟା, ମୋର
ତ ଅଟ ଚି଼ର ନମସ୍ୟ...ମାଆ
ମମତାର ଧାର ମାନବ ଜାତିର ଅଗ୍ର, ଥରେ ଡାକି
ଦେଲେ ମିଳେ କୋଟି ପୁଣ୍ୟ ...ମାଆ /୧୧/
ଅନନ୍ତ କାଳରୁ ମାତୃଜାତିର ଆସନ ସ୍ୱର୍ଗଠୁ ବଡ଼,
ପ୍ରତିଦାନ ଦେଇ ପାରିବେନି କେହି...ମାଆ
ପୃରୁଷକୈନ୍ଦ୍ରିକ ସମାଜରେ ନିଷ୍ପେସିତ ହୋଇ
ଲାଞ୍ଚନା ପାଉଛି ନାରୀର ସମ୍ମାନ ନାହିଁ...ମାଆ /୧୨/
