Lopamudra Parida

Action Inspirational

4  

Lopamudra Parida

Action Inspirational

ଶିଖ ପୁଅ

ଶିଖ ପୁଅ

1 min
4


ଶିଖ ପୁଅ

ସତ୍ୟକୁ ଆୟୁଧ କରିବା ଶିଖ

ମୁଠେଇଧର ତୋ ମାଆର ପଣତ

ମୁଠା ଶକ୍ତ କର

ଯେମିତି କେହି ଚାହିଁବାର ସାହାସ କରିବେନି

ଆଜନ୍ମ ।


ପ୍ରକୃତି ସାରା ତୋର ମାଆ

ଜଗ ପୁଅ

ନିଜକୁ ଜଗ

ସବୁ ପରିସ୍ଥିତିରେ ନାରୀଟିଏ ପାଇଁ 

ସମ୍ମାନ ବାଢିରଖ ।


ମନେରଖ 

ନାରୀ ତାକୁହି ବୁଲି ଚାହେଁ 

ହୃଦୟ ଦିଏ

ଝୁରେ

ଯିଏ ତାକୁ ଚାବୁକରେ ନୁହେଁ

ହଳେ ଆଖିର ଭାବରେ ସ୍ମିତକୁ ଆଞ୍ଜୁଳିରେ ମଲ୍ଲୀ ପରି ରଖେ

ତାକୁ ରାଧା ପାଲଟାଏ

ଯିଏ ତାର ଲଜ୍ଜାକୁ ସମ୍ମାନ ସହ ସାଇତି ପାରେ ।


ବୁଝ ପୁଅ 

ନା‌' ର ମାନେ " ନା " ହିଁ

ପ୍ରକୃତିକୁ ତାର ରୂତୁ ଅନୁସାରେ ଫଳବତୀ ହବାକୁ ବାଟ ଦେ

ଦେ ତାକୁ ତୋ ଆକାଶର ଛାତି

ଯାହା ନାଁ " ଭରସା " ।


ସିଏ ଗଢୁ ନୀଡ

ତା ଖୁସିରେ 

ତୁ କେବଳ ଯତ୍ନ ନେ 

ମାଟି ବୋଳି ଦେ କାନ୍ଥରେ 

ନ ହେଉ ଫାଟ

ସିଏ ତାର ଆଙ୍କୁଥାଉ ପିଠଉର ସଂସାର ।


ନଖି ମାନେ ମରିଯାନ୍ତୁ 

ପାଉଁଶ ହେଇ ବହିଯାନ୍ତୁ ଅବା ଉଡିଯାନ୍ତୁ

ପ୍ରବୃତ୍ତିରୁ ତୋର 

ଶିବ ହ


" ମୁଁ ଅଛି ତୋ ସାଥେ ସାଥେ " ଏତିକି କହିଦେଖ୍ 

ତୋ ଅଗଣା ସାରା ସିଏ ଫୁଟେଇଦବ ସହସ୍ର ସୁଗନ୍ଧ ।


ତା ଆଖିରେ 

ବିଶ୍ବାସ ହେଇ ବଞ୍ଚ ,

ଘୋଡେଇ ଦେଉଥା ପ୍ରତିଥର 

ତା' ଅନ୍ୟମନସ୍କତାରେ

ଖସି ପଡୁଥିବା କାନ୍ଧକୁ ଓଢଣୀଟେ ।


ସେ ଜନ୍ମଜାତ ଦେବୀ

" ବିଜୟା "

ତୋ ଜଶବାନା 

ତା ଅଗଣାରେ।


ଏତିକି 

ମନେରଖ ।



Rate this content
Log in

Similar oriya poem from Action