STORYMIRROR

Lopamudra Parida

Inspirational

4  

Lopamudra Parida

Inspirational

ସାଙ୍ଗ

ସାଙ୍ଗ

1 min
26


କିଛି ସାଙ୍ଗ ସ୍ମୃତିରେ ଥାନ୍ତି

ଏଇ ଯେମିତି ଏସ୍ ସି ବି ପାଖର ରୂତୁ ଓ ଝରଣା 

କିଛି ହୃଦୟରେ

ବିଶ୍ବଜିତା ପରି

କିଛିଙ୍କର ନାଁ ମନେ ଥାଏ

ଶ୍ରାବଣୀ ଓ ନୀର୍ଣରଣୀ ଯେମିତି 

ତ କାହାର

କେବଳ ଚେହେରାଟି ମନେରହେ 

ନାଁ ??


ଆଖି ଆଗରେ ଭାସୁଥିବା 

ଟୁକୁଡାଏ ନୀଳ ବାଦଲଟେ ପରି

କିଏ କିଏ ସ୍ଲାମବୁକ୍ ର ଫର୍ଦ୍ଦର 

ସତେଜ ସ୍ୟାହି ,

ମସିହା ଉଣେଇଶ କେତେ ଗୋଟେର 

ତ କିଏ ପଦିକିଆ କବିତା ଧାଡି

ଖଞ୍ଜିଥିବା ହାତ ତିଆରି 

ଗ୍ରୀଟିଙ୍ଗସ୍ ।


ଅନାବନା ଗପ ପେଡି 

ମ୍ୟାଚିଙ୍ଗ ଶ୍ରୀଲେଦର ଚପଲ

ବିନା କାରଣେ ଅପରିଯ୍ୟାପ୍ତ ହସ

ଦେଖଣାହାରୀ ପାଗଳ ଭାବିବା ଯାଏ

ଲହଡି ଭାଙ୍ଗୁଥାଏ

ସରେନି କିନ୍ତୁ ପ୍ରତି ମୂହୁର୍ତ୍ତରେ

ନୂଆକରି ଆରମ୍ଭ ହେଉଥାଏ 


କଟକ ଯାକର ଦହିବାରା, ଚାଟ୍,ଗୁପୁଚୁପ 

ଠୋଲା ଭର୍ତ୍ତି ରାଗ ପାଣିର ସୁ ସୁ

ଓଠରେ ବନ୍ୟା 

ନୀରବତାର ଭାଷା 

ମୁଣିଏ ଲୁଚେଇଥିବା କଥା 

ମୁହଁ ଫୁଲା ଫୁଲି ଓ ଦଶ ମିନିଟ୍ ପରର ଲୁହ 

ସାଇକେଲ ଚକରେ ଦଶରା,

କାଠଯୋଡି କୂଳେ ବାଲୁକା ପୂଜା

କିଛି ଥାନ୍ତି ଖାସ୍ ପ୍ରେମିକା ପରି 


କୋଉ ଆଉ ଦେଖା ହୁଏ 

ସକାଳେ ସଞ୍ଜେ

ନାଁ କୋଉ ଆମେ ଗପୁଥାଏ 

ରାତି ନ ପାହୁଣୁ

ତୋଳିଥିବା ବାରି ଜାମୁକୋଳିର ରଙ୍ଗ କିନ୍ତୁ 

ବେଶ୍ ଗାଢ 

ହୃଦୟରେ


ଲେଖିହନ୍ତା ଯେ ବେଶ୍ କିଛି ପାରା

ପରକୁ ପର

ସେଇ ତନ୍ତ୍ରୀ ମାନଙ୍କୁ ନେଇ 

ହେଲେ ଥାଉ

ବାସ୍ନାକୁ ନେଇ 

ଶବ୍ଦ ଖୋଯିବା ଅପେକ୍ଷା 

ସ୍ବପ୍ନରେ ସ୍ବତନ୍ତ୍ର ହେଇ ଥାନ୍ତୁ ସେମାନେ 


ଆଜି ପରା ବନ୍ଧୁତା ପାଳନ କରିବା ଦିନ କାଳେ

ସବୁ ସାଙ୍ଗ ମାନଙ୍କୁ ଶୁଭେଚ୍ଛା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational