STORYMIRROR

Jashobant Pattanayak

Abstract

3  

Jashobant Pattanayak

Abstract

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
176

  

ମୁଁ ଯେବେ ଛୋଟ ଥିଲି...

ଖେଳିବା ବୁଲିବା ଭିତରେ କେଜାଣି କେମିତି -

ସମୟଟା ବିତିଯାଉଥିଲା ଦ୍ରୁତଗାମୀ ରେଳଟିଏ ପରି ;

ଲାଗୁଥିଲା ଯେମିତି ସେ ମୋ'ଠୁ ବି' ଛୋଟ ।

ବାଳୁତର ଚପଳାମି ଭିତରେ...

ଭୁଲସବୁ ଘୋଡେଇ ହୋଇପଡୁଥିଲା

ଆଦରର ଚାଦର ଆଢୁଆଳରେ,

ବାପାଙ୍କ ତାଗିଦ ଆଉ ମା'ର ଉଷୁମ କୋଳରେ

ଯଦିବା' କେବେ କେବେ ବାଜୁଥିଲା ବାତ୍ସଲ୍ୟର ଛାଟ ।।


କିନ୍ତୁ ଯେବେ ବଡ଼ ହେଲି....

ଚଳିବା ଚଳେଇବା ଭିତରେ କେଜାଣି କେମିତି

ସମୟଟା ବହିଯାଏ କ୍ଷୀପ୍ରଗାମୀ ନଦୀଟିଏ ପରି ;

ଧସିଯାଏ ଯେମିତି ମୋ' ଜୀବନର ଘାଟ ।

କର୍ମ ଆଉ କର୍ତ୍ତବ୍ୟ ଭିତରେ....

ଭୁଲ୍ ସବୁ ଠିଆ ଆଜି ଅପରାଧ ହୋଇ

ବେଦନାର ବେଦରଦୀ ଚୌହଦୀ ଭିତରେ,

ଜଞ୍ଜାଳ ଜଞ୍ଜିର ଆଉ ଅକୁହା କୋହର ଫାଶରେ

"ପ୍ରାୟଶ୍ଚିତ" କେବେ କେବେ ଦେଖାଉଛି ମୁକତିର ବାଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract