Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jashobant Pattanayak

Tragedy

3  

Jashobant Pattanayak

Tragedy

ଲୁହ

ଲୁହ

1 min
261



କେବେ ଭାବରେ-କେବେ ଅଭାବରେ

କେବେ ସୁଖରେ ତ-କେବେ ଦୁଃଖରେ

କେବେ ଆବେଗରେ-କେବେ ଆବିଳତାରେ

କେବେ ପୁଣି ଜୀବନର ଦୋଛକିରେ,

ଆଉ କେବେ ମମତାର ପରଶରେ ;

କେବେ ଅନ୍ଧାରେ-କେବେ ଆଲୁଅରେ

କେବେ ଚିନ୍ତାରେ ତ-କେବେ ଚେତନାରେ

କେବେ ଆଶାରେ-କେବେ ହତାଶାରେ

କେବେ ପୁଣି ଜୀବନର ସାୟାହ୍ନରେ,

ଆଉ କେବେ ମତୁଆଲି ସପନରେ....


କେବେ ସ୍ୱପ୍ନରେ-କେବେ ବାସ୍ତବତାରେ

କେବେ ଜ୍ୱଳନରେ ତ-କେବେ ପୀଡ଼ନରେ

କେବେ ଜନ୍ମରେ-କେବେ ମୃତ୍ୟୁରେ

କେବେ ପୁଣି ରଂଗୀନ ରଂଗମଞ୍ଚରେ,

ଆଉ କେବେ ଦୁର୍ଭାଗ୍ୟର ତାଡ଼ନାରେ ;

କେବେ ପ୍ରଶଂସାରେ-କେବେ ନିନ୍ଦାରେ

କେବେ ପାଇବାରେ ତ-କେବେ ହରାଇବାରେ

କେବେ ବନ୍ଧନରେ-କେବେ ମୁକ୍ତିରେ

କେବେ ପୁଣି ଭକ୍ତିର ଉଚ୍ଛ୍ୱ।ସରେ,

ଆଉ କେବେ ଜ୍ଞାତ-ଅଜ୍ଞାତରେ ;

ଝରିପଡେ ଟୋପାଟୋପା ହୋଇ...

ମୁଁ - "ଲୁହ" ।


Rate this content
Log in