STORYMIRROR

Jashobant Pattanayak

Abstract

4  

Jashobant Pattanayak

Abstract

ଆ'ଲୋ...ବର୍ଷାରାଣୀ

ଆ'ଲୋ...ବର୍ଷାରାଣୀ

1 min
207


ତୁ ବି କାନ୍ଦୁଛୁ ଏଠି ମୁଁ ବି କାନ୍ଦୁଛି...

ତୋ' ଲୁହ ଅଛପା କିନ୍ତୁ ମୁଁ ଲୁଚଉଛି

ତୋ' ଅସରାଲୁହରେ ତୁ ମାଟି ଭିଜାଉଛୁ-

ଆଉ ମୋ' ଅସରାଲୁହରେ ମୋ' ହେଁସଟା ଭିଜୁଛି।।


ଝରଝର ଝରିଲେ ତୁ ବାଦଲ ଫାଟୁଛି

ଆଁ କରି ଚାତକଟା ଶୋଷ ମେଣ୍ଟାଉଛି

ଲୁଚିଥିବା ବୀଜଟା ତା' ପାଖୁଡ଼ା ମେଲୁଛି-

ହେଲେ... ମୁଁ କାଳେ ତୋ' ଆସିବାର ସମୟ ଖୋଜୁଛି ।।


ତୋ' ବାଟ ଚାହିଁ ହଳଲଙ୍ଗଳ କଷୁଛି

ତୋ' ଭରସାରେ ଏକା ଗଉଣି ଧରୁଛି

ମୁଠା ମୁଠା ବିହନକୁ ଖୁସିରେ ବୁଣୁଛି

ହେଲେ... ତୁ କାଳେ ଧୋକା ଦେଲୁ ଋତୁଟା କହୁଛି।।


ତୋ' ବିଜୁଳି ସାଥେ ମୋ' ଜୀବନ ଯୁଝୁଛି

ତୋ' ପାଇଁ କେବେ ହସି କେବେବି କାନ୍ଦୁଛି

ପ୍ରକୃତିର ଖେଳ ଇଏ ସବୁ ମୁଁ ବୁଝୁଛି

ଲୋ'...ବରଷାରାଣୀ ତୋ' ସାହାରେ ବଞ୍ଚୁଛି।।


ଆ' ବର୍ଷାରାଣୀ ମୁଁ ଆତୁରେ ଡାକୁଛି

ଏ କଙ୍କାଳର ସ୍ୱର ତତେ କି' ଶୁଭୁଛି

ମୋ' ଝାଳଭିଜା ଗାମୁଛାଟା ତୋ' ଗନ୍ଧ ଝୁରୁଛି

ଉର୍ଦ୍ଧ୍ବମୁଖା ମୋ' ପଖାଳ କଂସାଟା ତୋ' ରୂପ ଖୋଜୁଛି ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract