Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jashobant Pattanayak

Others

3  

Jashobant Pattanayak

Others

ଦେହ

ଦେହ

1 min
162



"ମାଟି" ରୁ ଆରମ୍ଭ..."ମାଟି"ପରେ ଶେଷ,

ସେ ଭିତରେ ଉଠେ ପଡେ ପ୍ରଶ୍ବାସ ନିଃଶ୍ବାସ,

କେତେ ସୁଖ-କେତେ ଦୁଃଖ-ହିସାବନିକାଶ,

ବାଲିଧୂଳି ଖେଳ ପୁଣି ଧୂଳିରୁ ଯୌବନ;

ଜଞ୍ଜାଳରୁ ଜାଲ ଆଉ ଜାଲେ ଜାଲେ କର୍ତ୍ତବ୍ୟର ଫାଶ ।।


"କୁଆଁ" ରୁ ଆରମ୍ଭ... "କୋକେଇ" ରେ ଶେଷ,

ସେ ଭିତରେ କେତେ ସ୍ନେହ- ମମତା ପରଶ,

କେତେ ମାନ-ଅଭିମାନ-ଝଡ଼ ଓ ବତାସ,

ଭଙ୍ଗାଗଢ଼ା ସ୍ୱପ୍ନ ପୁଣି ସ୍ୱପ୍ନରୁ ଜୀବନ;

ଜହରରୁ ସୂତା ଆଉ ସୂତେ ସୂତେ

ପ୍ରୀତିର ପୀୟୂଷ ।।


"ଓଁ" ରୁ ଆରମ୍ଭ..."ଇତି" ଠାରେ ଶେଷ,

ସେ ଭିତରେ କେତେ ପାରା-ଶବ୍ଦର ବିନ୍ୟାସ,

କେତେ ଗପ-କେତେ ଗୀତ-କେତେ ଇତିହାସ,

ଛକିଶୂନ ଖେଳ ପୁଣି ଶୂନରୁ ବିଜ୍ଞାନ;

ଅକ୍ଷରରୁ ପଦ ଆଉ ପଦେ ପଦେ 

ସାହିତ୍ୟର ରସ ।।


"ତାଳୁ" ରୁ ଆରମ୍ଭ..."ତଳିପା" ରେ ଶେଷ,

ସେ ଭିତରେ ରାସ୍ତା କେତେ ସରସ-ନୀରସ,

କେତେ ବାଡ଼-କେତେ ବନ୍ଧ ଲଙ୍ଘନ ପ୍ରୟାସ,

ପଡେ-ଉଠେ-ଝୁଣ୍ଟେ ପୁଣି ଝୁଣ୍ଟାରୁ ଧାବନ;

ଆଖିକୋଣୁ ଲୁହ ଆଉ ଲୁହେ ଲୁହେ ପୁଣ୍ୟର କଳସ ।।


"ଆଲୋକ" ରୁ ଆରମ୍ଭ..."ଅନ୍ଧାରରେ" ଶେଷ,

ସେ ଭିତରେ କେତେ ଆଶା-କେତେ ଅବସୋସ,

କେତେ ଖରା-ଛାଇ-କେତେ ଚିହ୍ନା-ଛଦ୍ମବେଶ,

ମରମରୁ ଭାବ ପୁଣି ଭାବରୁ ବନ୍ଧନ;

ଧରମରୁ ଦେହ ଆଉ ଦେହେ ଦେହେ ପାପର ବିନାଶ ।।



Rate this content
Log in