ଜୀବନ-ରଜ
ଜୀବନ-ରଜ
ଜୀବନର ଚଲାବାଟେ -
କେବେ କିଏ ପଛରୁ ଠେଲେ ତ'
ଆଉ କେବେ ନିଜକୁ ନିଜେ ଆହୁଲାଟେ ମାରିବାକୁ ପଡେ
ଆଗକୁ ଯିବାକୁ...
ସମୟର ତାଳେ ତାଳେ,
ବୟସଟା ନିତି ଦୋଳି ଖେଳେ ;
କେବେ ଆଗକୁ ତ କେବେ ପଛକୁ ।।
ଏଠି ଛୁଇଁବାକୁ ମନା,ଶୄଙ୍ଗାର ବି ମନା
ସ୍ୱପ୍ନ ସବୁ ରଜସ୍ୱଳା ;
ଭାବନାର ପାଦୁକାରେ ବନ୍ଧା କଦଳୀ ପଟୁକା...
ମନର ଦାଣ୍ଡରେ ବାଗୁଡ଼ି ଖେଳେ ଅନାବନା ଚିନ୍ତା ସବୁ -
ଯାତନାର ତାସ୍ ପାଲି ଭିତରେ ହଜିଯାଏ ସାଇତା ସରକା ।।
ଚକୁଳିପିଠା ପରି -
ହୄଦୟରେ ସୄଷ୍ଟି ହୁଏ ଧୋକାବାଜିର ଅନେକ କ୍ଷତସବୁ...
ଯେତେବେଳେ ବିଶ୍ବାସଟା ଖାଏ ଖିଲିପାନ,
ଅଳତାର ରଙ୍ଗ ଭରି ଆଖିଲୁହ ସବୁ -
ଧୋଇଦିଏ ଖୁସିର ମେହେନ୍ଦି,
ଫିକାପଡେ ପ୍ରାନ୍ତ ଯଉବନ ।।