STORYMIRROR

Jashobant Pattanayak

Others

4  

Jashobant Pattanayak

Others

ମରୁଭୂମି

ମରୁଭୂମି

1 min
383


ପ୍ରେମ ଯେବେ ପ୍ରତାରଣା ସାଜେ

ଗୋଲାପଟା ସାଜେ ସପ୍ତଫେଣି,

ଜହ୍ନ ଯେବେ ଧୋକାଦିଏ ନୀଳଆକାଶକୁ -

ବିଶ୍ୱାସଟା ମାଗେ ତା' ମେଲାଣି ।।


ଆଶା ଆଉ ଭରସାର ନଈ

ଶୁଖିଯାଏ ଅସହ୍ୟ ଜ୍ୱାଳାରେ,

ବେଦନାର ବୁନ୍ଦାବୁନ୍ଦା ଜଳ-

ବାଷ୍ପହୁଏ ତତଲା ବାଲିରେ ।।


ସ୍ୱପ୍ନସବୁ ଘୂର୍ଣ୍ଣିଝଡ ପ୍ରାୟେ

ଘୂରିବୁଲେ ହୋଇ ଉର୍ଦ୍ଧ୍ବମୁଖା,

ସମୟର ପଦଚିହ୍ନ ଯେତେ

ଗଢ଼ି ତୋଳେ ମିଛ ମରୀଚିକା ।।


ହସ ମରେ ହାରାଶ କୁଣ୍ଡରେ

ଖୁସି ଦିଏ ଆତ୍ମର ଆହୁତି,

କୋହଭରା ଅସରା ଲୁହରେ -

ସ୍ୱାହା ହୁଏ ଯେତେ ପ୍ରତିଶ୍ରୁତି ।।


ପବନର ଛଳନା ଡାକରେ

ପଥହୁଡେ ଯେବେ ମଉସୁମୀ,

ଜୀବନର ସବୁଜିମା ହଜେ -

ପାଲଟେ ତ' ଗୋଟେ ମରୁଭୂମି ।।


     


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Jashobant Pattanayak

ମୁଁ

ମୁଁ

1 min വായിക്കുക

ଜୀବନ-ରଜ

ଜୀବନ-ରଜ

1 min വായിക്കുക

ଦେହ

ଦେହ

1 min വായിക്കുക

ଲୁହ

ଲୁହ

1 min വായിക്കുക

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min വായിക്കുക

ମରୁଭୂମି

ମରୁଭୂମି

1 min വായിക്കുക