Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Others

4  

Jashobant Pattanayak

Others

ଭାବଗ୍ରାହୀ

ଭାବଗ୍ରାହୀ

1 min
240



ଶ୍ରୀଅଙ୍ଗେ ପୀତବସନ ଶ୍ରୀପାଦେ ନୂପୁର

ରଙ୍ଗ ଅଧରରେ ଶୋହେ ବଇଁଶୀର ସୁର

ରୂପ ନୀଳମଞ୍ଜୁଳ ଶୀରେ ଶିଖୀର ଚୁଳ

ତ୍ରିଭଙ୍ଗୀ ଠାଣିରେ ହସ କି' ମନୋହର ।


ନନ୍ଦଲାଲା,ବାସୁଦେବ, ଗୋପୀଜନମନ

ଯଶୋଦାର ପ୍ରାଣଧନ,ଦେବକୀନନ୍ଦନ

ସୁଦାମାର ବାଲ୍ୟବନ୍ଧୁ,ସଖା ଯେ ଅର୍ଜୁନ

ରାଧାରାଣୀ ପ୍ରେମନାହା,ମୀରାର ସପନ ।


ଚତୁର୍ଭୁଜେ ଶୋଭେ ଚକ୍ରରାଜ ସୁଦର୍ଶନ

କୌମୋଦିକୀ ଗଦା, ପଦ୍ମ, ଶଙ୍ଖ ପଞ୍ଚଜନ୍ୟ

ପକ୍ଷୀରାଜ ଶ୍ରୀଗରୁଡ଼ ଅଟନ୍ତି ବାହନ

ନରରୂପୀ ନାରାୟଣ ଶ୍ରୀକୄଷ୍ଣ ଭଗବାନ ।


ଯେବେ ମର୍ତ୍ତ୍ୟପୁରୀ ହୁଏ ପାପଭାରେ ଭାରି

ଯୁଗେ ଯୁଗେ ହରି ନାନାରୂପେ ଅବତରି

ଧର୍ମଧ୍ୱଜା ଧରି ନାଶି ସାଧୁଜନ ଅରି

ବରଷନ୍ତି ସତ୍ୟ,ଶାନ୍ତି, ପ୍ରେମ, କୄପାବାରି ।


କଳିଯୁଗେ ଦାରୁଦିଅଁ ଜଗନ୍ନାଥ ନାମେ

ଘେନି ଭ୍ରାତାଭଗ୍ନୀ ଉତ୍କଳର ପୁଣ୍ୟଧାମେ

କଳାକଳା ଚକାଡୋଳା ଶ୍ରୀକଳା ବଦନେ

ହରଷନ୍ତି ଭାବଗ୍ରାହୀ ଭାବେ ଭକ୍ତଜନେ ।


Rate this content
Log in