Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobant Pattanayak

Crime

3  

Jashobant Pattanayak

Crime

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
238



ମୋ' ଦେହରେ ତୁମରି ସ୍ପର୍ଶଟା ଯେବେ ରଙ୍ଗଦିଏ,

କଅଁଳିଆ ପତ୍ରସବୁ ଅଙ୍କୁରିତ ହୁଏ -

ମାଟିର ବୁକୁରେ ;

ମୋ' ନିଃଶ୍ୱାସରେ ତୁମ ପ୍ରଶ୍ୱାସଟା ଯେବେ ମିଶିଯାଏ,

ସଂପର୍କର ଫର୍ଦ୍ଦଟାଏ ଯୋଡିହୁଏ -

ଆମ ଜୀବନ ବହିରେ ।।


ସେ ବହିରେ ତୁମରି ପ୍ରେମଟା ଯେବେ ପଢ଼ିନିଏ,

ଛନଛନ ମନଟା ମୋ' ଜାଗିଉଠେ -

ସୂରୁଜ ଆଭାରେ ;

ମୋ' ବିଶ୍ୱାସରେ ତୁମ ଭରସାଟା ଯେବେ ଆଶାଦିଏ,

ଚୁପିଚୁପି ଫୁଲସବୁ ଫୁଟିଉଠେ -

ନୂଆ ମହକରେ ।।


ମୋ' ଗଭାରେ ତୁମ ସ୍ୱପ୍ନଟା ଯେବେ ଖୋସିହୁଏ,

ମିଠା ମିଠା ଫଳସବୁ ହସିଉଠେ -

ତୁମ ଯତନରେ ;

ମୋ' ପ୍ରତିଟି ଅଙ୍ଗରେ ତୁମ ଶୋଷ ଯେବେ ମେଣ୍ଟେ ,

ଶୁଖାଶୁଖା ବୟସଟା ଥକ୍କାମାରେ -

ସମୟ ବାଟରେ ।।


ତଥାପି....କାହିଁକି ????


ଛଳନାରେ ଛନ୍ଦିଦିଅ ମୋତେ,

ବିଶ୍ୱାସରେ ବିଷ ଭରିଦିଅ ;

ପ୍ରତିଦାନେ କିଛି ତ' ମାଗିନି...

କାହିଁ ତେବେ କଟୁରୀ ଉଠାଅ ??

ପ୍ରତିଅଙ୍ଗେ ନିଲାମଟେ କଷି,

ଖୁଣ୍ଟି ଖୁଣ୍ଟି ସବୁ ଲୁଟିନିଅ ;

ଆଉ କି' ବା ଅଛି ଯେ ଦେବାକୁ -

ଖାଲି ଯାହା ବେଲଗାମ୍ କୋହ ।।


ଲୁଟିବାରେ ଯଦି ଏତେ ମଜାଅଛି...

ଯାଃ...ସମର୍ପଣ କରିଦେଲି ଏ ଥୁଣ୍ଟାଦେହଟା ;

ଯେତେ ପାର ସେତେ ଲୁଟିନିଅ -

ଉଫ୍...ରାଣ ଅଛି ;

ଏ ଥୁଣ୍ଟାଦେହଟାର ବି' ଦାମଟାଏ ଅଛି ।।


       


Rate this content
Log in

Similar oriya poem from Crime