ସୂକ୍ଷ୍ମ ଲୋକ
ସୂକ୍ଷ୍ମ ଲୋକ
ନିଛାଟିଆ ପରିବେଶ ବିଜନ ସରଣୀ
ସାଥେ କେତେ ଯେ ବନାନୀ
କୁଳୁ କୁଳୁ ନାଦେ ଝରେ ଯହିଁ କେତେ
କେତେ ଶାନ୍ତ ନିର୍ଝରଣୀ ।
ସ୍ଥାନରେ ଅନେକ ବାର ମୁଁ ଭ୍ରମଣ
କରି ଥିଲେ ସୁଦ୍ଧା କାହିଁ
ଭୁତ ଆଉ ପ୍ରେତ କି ଅବା ପିଶାଚ
ଡାହାଣୀ କେଉଁଠି କାହିଁ ।
ଦେଖି ନ ଥିଲେ ବି ବିଲୁକୁଲ ଆଜି
ହଠାତ୍ ଦେଖିଲି ରେଳ
ରାସ୍ତା କୁ ଲଗିକି ରହିଛି ମହଲ
ରମ୍ୟ ହର୍ମ୍ୟ ନୀରୀମାଣ
କରିଣ ସେ ଠାରେ ପରି ମହଲ ର
ପରିକା କୋଠରୀ ମାନ ।
ଭୁତ ପ୍ରେତ କିବା , ଡାହାଣୀ କେହି ବା
ରହୁ ଥିବା କଥା ଶୁଣି
କିନ୍ତୁ ଦେଖିବାରୁ ନିଶ୍ଚିତ ଭାବ ରେ
ତାହାକୁ ମୁଁ ସତ ଜାଣି ।
ପରିଲି ନାହିଁ ତ ଅନେକ ସ୍ଥାନରେ
ଅନେକ ପ୍ରକାର ଭାବ
ବହନ କାରୀ ଯେ ଅତି ଆଚମ୍ବିତେ
କରାଏ ମନ ବିସ୍ମିତ ।
ଭଲ ଭାବେ ଯାଇ ଦେଖିବା ପରେ ମୁଁ
ସୂକ୍ଷ୍ମ ଲୋକ ବୋଲି ତାହା
ଜାଣି ପାରିଲି ମୁଁ ଅନୁମାନ କରି
ପରବର୍ତ୍ତୀ କାଳେ ଯାହା ।
ଧ୍ଵଂସ ପାଇ ଥିବା ମହଲ ଏବେବି
ସୂକ୍ଷ୍ମ। କରେ ନିକଟରେ
ରହି ଜନ ମନେ ଭୀତ ଓ ଚକିତ
ଲାଗି ଥାଏ କରି ବାରେ ।
ରହସ୍ୟ ଜାଣିବା ଅତ୍ୟନ୍ତ ଦୁଷ୍କର
ନାନା ସ୍ଥାନେ ସବିପୂଳ
ରହସ୍ୟ ଭ।ରରେ ଭରି ରହି ଅଛି
ଏଇ ପୃଥିବୀ ର କୋଳ ।