STORYMIRROR

Ajaya kumar Jena

Horror Tragedy

4  

Ajaya kumar Jena

Horror Tragedy

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
270

ଦେଖୁ ଦେଖୁ ସ୍ୱପ୍ନମାନେ

ଡେଣା ଝାଡ଼ି ଉଡ଼ିଗଲେ,

ପବନ ନଥିଲା କି ବର୍ଷା ନଥିଲା

କିନ୍ତୁ, ମୁଁ ଥରିଉଠିଲି!


ମୋ ଦେହର ଦୁର୍ଗନ୍ଧ

ଆଉ ଛିଣ୍ଡା କନାର ଆଭୂଷଣରେ

ମୁଁ ନିର୍ଲଜ ଗୋଟେ ବାସି ବିଛଣାକୁ

କେବେଠାରୁ ଆବୋରି ବସିଥିଲି।


ଅପସରି ଯାଉଥିବା ମୋହମାନେ

ହଠାତ୍ ଅତୃପ୍ତ ହୋଇ

ମତେ ଘେରାବନ୍ଦୀ କଲେ!

ସେମାନଙ୍କୁ ତୃପ୍ତ କରିବାକୁ ଯାଇ

ମୁଁ ପୁଣି ନିଃଶ୍ବ ହେଲି ମୋ ପଣରେ।


ସେମାନେ ଖୁବ୍ ଜୋରରେ 

ଲୁହ ଢାଳି କାନ୍ଦିବାକୁ ଲାଗିଲେ,

ମୁଁ ତାଙ୍କ ପାଇଁ କିଛି ବି ରଖିନଥିଲି

ସେଥିପାଇଁ ସେମାନେ-

ମୋ ବିଛଣାରୁ ଚାଖଣ୍ଡେ ମାପି ଠିଆହେଲେ।


କାଲି ରାତିରେ ବାପା-ବୋଉ ଆସିଥିଲେ

ତାଙ୍କ କୋଠିକୁ ଯିବାପାଇଁ ନିମନ୍ତ୍ରଣ ଦେଲେ,

କହୁଥିଲେ-

ସେମାନେ କୁଆଡେ ଅମାବାସ୍ୟା ଅନ୍ଧାରରେ 

ମୃତ୍ୟୁର ମହୋତ୍ସବ ପାଳନ୍ତି,

ଅନ୍ଧାରି କୋଠିର ଅବଶୋଷ ମଞ୍ଚରେ

ମନଭରି ବିରହ ସଂଗୀତ ଗାଆନ୍ତି,

ଆଉ କୋହକୁ ଚାପି ଖୁବ୍ ନାଚନ୍ତି।


ସେ ସ୍ୱପ୍ନରୁ ଲେଉଟୁ ଲେଉଟୁ

ସେମାନଙ୍କ ଅଲକ୍ଷ୍ୟରେ ମୁଁ ସାଜିଥିଲି ପ୍ରେତ,

ନିଜକୁ ପାଇଲି ବାପା ବୋଉଙ୍କ କୋଳରେ,

ଅନ୍ଧାରଭର୍ତ୍ତି ଆଲୁଅରେ

ଆଉ ପ୍ରେତାତ୍ମା ମାନଙ୍କ କୋଠିରେ,

ଯେଉଁଠି ମୋ ପାଇଁ ବାଜୁଥିଲା

ସ୍ବାଗତ ସଂଗୀତ,

ସମସ୍ତେ ଚିତ୍କାର କରି କହୁଥିଲେ

ଦେଖ ଦେଖ ଆଉ ଜଣେ ପ୍ରେତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror