STORYMIRROR

Ajaya kumar Jena

Inspirational

3  

Ajaya kumar Jena

Inspirational

ସଫଳତା

ସଫଳତା

1 min
246

ଶହେ ସଂଘର୍ଷରେ କୋଳେଇ ହୁଏ

ଶହେ ଶତାବ୍ଦୀର ସଫଳତା,

ନିୟୁତ ନିଷ୍ଠାରେ ଆବୋରି ହୁଏ

ନିୟୁତ ଯୁଗର ସଫଳତା।


କୁହ ତ,

ଏ ସଫଳତା ପଛରେ 

ବହିଯାଇନି କି ତୁମ ଲୁହଙ୍କର ନଈ?

ଆଉ ସେ ନଈରେ 

ବତୁରି ଯାଇନି କି ତୁମ କୋହପୂର୍ଣ୍ଣ ସ୍ୟାହି?


ମୁଁ ଜାଣେ,

ଏ ସଫଳତାରେ ତୁମେ ଛୁଇଁପାରିଛ

ଜୀବନର ସର୍ବୋଚ୍ଚ ଶିଖର,

କିନ୍ତୁ କେବେ ବୁଣିଛକି ଏ ସଫଳତାରେ

ଚୁନା ଚୁନା ହସର ଫୁଆର,

ଆଉ କେବେ ରୋକିଛକି ଏ ସଫଳତାରେ

କୁଢ଼ କୁଢ଼ ଭୋକର ଜୁଆର।


ସମୟର ତାଳେ ତାଳେ

ସଫଳତାରେ ଲେସିଦିଅ ପ୍ରେମର ଅତର,

ଚଉଦିଗ ସୁବାସରେ ଭରିଯାଉ ଆତ୍ମୀୟତା,

ନିଃଷ୍ପ୍ରଭ ହେଉ ଦୁଃଖ, ଶୋକ ଆଉ ଯନ୍ତ୍ରଣା,

ଆଉ ଲୁହର ସୁନାମି ତଳୁ ମୁଣ୍ଡ ଟେକୁ ହସ।


ଏହି ହେବ ତୁମ ଜୀବନର

ଶ୍ରେଷ୍ଠ ସଫଳତା,

ଯେଉଁଠି ଅତୃପ୍ତ ଇଚ୍ଛାମାନେ

ନିରନ୍ତର ତୃପ୍ତ ହେବାର ସ୍ୱପ୍ନ ଦେଖୁଥିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational