STORYMIRROR

Ajaya kumar Jena

Others

3  

Ajaya kumar Jena

Others

ଲେଖା ପଛର ପ୍ରେରଣା

ଲେଖା ପଛର ପ୍ରେରଣା

1 min
192

ମୁଁ ଥିଲି ସାହିତ୍ୟଠୁ ଦୂରେ

ତୁମେ ଥିଲ ସାହିତ୍ୟ ଭିତରେ,

ମୋ ଆଧୁନିକ ଚିନ୍ତା ଚେତନାକୁ

ଜୋର୍ କରି ଅପସରି ଦେଇ

ତା' ଭିତରେ ମିଶେଇଲ ସାରସ୍ୱତ ଭାବ!


ମୁଁ କୁଣ୍ଠାବୋଧ କଲି,

ବିଜ୍ଞାନ ଛାତ୍ର ହୋଇ କବିତା ଲେଖିବି!

ତୁମେ ବିଜ୍ଞାନଭର୍ତ୍ତି ସାହିତ୍ୟ

ଆଉ ସାହିତ୍ୟଭର୍ତ୍ତି ବିଜ୍ଞାନର ବର୍ଷାରେ

ମତେ ଗୋଟାପଣେ ଭିଜେଇଦେଲ।


ଜାଣିନଥିଲି ଶବ୍ଦ ଚାତୁରୀ

ହାତ ଧରି ଶିଖେଇଦେଲ,

ନଥିଲା ମୋଠି ସାହିତ୍ୟିକ ଭାବ

ହୃଦୟରେ ଭାବ ସଞ୍ଚାର କଲ।


ମୁଁ ପ୍ରଥମେ ତୁମକୁ ବର୍ଣ୍ଣନା କଲି,

ମୋ କଲମ ମୁନରେ....

ମୁଠା ମୁଠା ମାଟିରେ ସୁନା ଫଳେଇଲି,

ଅବଶୋଶର ଆକାଶରେ ଇନ୍ଦ୍ରଧନୁ ଆଙ୍କିଲି,

ଅଳସୀ ନଈକୁ ଅଙ୍କା ବଙ୍କା କଲି,

ଆଉ କାଶତାଣ୍ଡୀକୁ କମନୀୟ କଲି।


ମୋ କବିତାରେ......

ଶ୍ରାବଣରେ ଫୁଲ ବର୍ଷା ହେଲା,

ଏନ୍ତୁଡ଼ି ନିଆଁରୁ ମଶାଣି ଭୂଇଁ ଆରପାରେ

ପ୍ରେମ ଖୋଜାଗଲା......

ପ୍ରିୟାର ହସରେ ଜହ୍ନ ମଉଳି ଗଲା!


ଏ ସବୁ ପରେ,

ମୁଁ ପାଇଲି ତୁମ ଭିତରେ ସାହିତ୍ୟକୁ,

ସେ ସାହିତ୍ୟ ଭିତରେ ମୋ ନିଜକୁ

ଆଉ ପାଇଲି......

ମୋ ନିଜ ଭିତରେ ଅନେକ ସଫଳତା।


ସେମାନେ ଅଚାନକ ପ୍ରଶ୍ନ କଲେ!

ଇଏ କାହା ପ୍ରେରଣା?

ମୁଁ ହସିଲି, ଆଉ କହିଲି-

ଏ ପ୍ରକୃତି ହିଁ ସାଜିଛି

ମୋ ଲେଖା ପଛର ପ୍ରେରଣା!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍