STORYMIRROR

Ajaya kumar Jena

Tragedy Inspirational Others

3  

Ajaya kumar Jena

Tragedy Inspirational Others

ଭିଟାମାଟି

ଭିଟାମାଟି

1 min
157

ଏ ମାଟି, ଆଜି ଭିଟାମାଟି!

ତା'ଠି ବିତିଛି ପିଢ଼ି ପରେ ପିଢ଼ି,

ତା' ନିଶବ୍ଦ ଆକର୍ଷଣର ପୁରୁଶାନୁକ୍ରମରେ

ଜଳିଛି ଅନେକ ଏନ୍ତୁଡ଼ି ନିଆଁ,

ପୁଣି ତା'ରି କୋଳରେ ସଭିଏଁ ହୋଇଛନ୍ତି ଲୀନ।


ସର୍ବୋପରି ସେ ଆଜନ୍ମ ନିଃଶ୍ବ,

ତଥାପି ସେ ପ୍ରେମ ବାଣ୍ଟିବାରେ ମାହିର,

ଦେଖୁନ!

ତୁମ ପାଇଁ ତା' ବିନ୍ଦୁଏ କଣିକାରେ

କେମିତି ଗଢ଼ିଦେଇଛି ଆକଟର ଚୌକାନ୍ଥ

ସେ କାନ୍ଥ ତଳୁ ଏବେ ଏବେ ମୁଣ୍ଡ ଟେକୁଛନ୍ତି

ଅସରନ୍ତି ମଉଳା ସ୍ୱପ୍ନ।


ଆବଶ୍ୟକତା ଠାରୁ ଅଳ୍ପ ଦରରେ

ଏ ମହଙ୍ଗା ବଜାରରେ-

ସେ ନିରନ୍ତର ବିକ୍ରି ହୁଏ,

କାହା ଦୁଃଖର ପାହାଡ଼କୁ ଭାଙ୍ଗିବା ପାଇଁ ତ',

କାହା ସୁଖର ସାମ୍ରାଜ୍ୟ ଗଢିବା ପାଇଁ।


କିନ୍ତୁ ସେ ଯେଉଁଠି ଥିଲା ଆଜିବି ସେଇଠି ସ୍ଥିର ।

ସେଥିପାଇଁ ସେ ଆଜି ବାହୁନି ବାହୁନି କାନ୍ଦୁଛି

ସେଇମାନଙ୍କ ପାଇଁ-ଯେଉଁମାନେ

ଶତାବ୍ଦୀ ଶତାବ୍ଦୀ ଧରି ଚିକ୍ ମିକ୍ ତାରାଙ୍କ ଚମକରେ

ତା' ଅଗଣା ସଯାଉଥିଲେ,

ଆଉ ତା' ଛାତିର ଗଭୀର କନ୍ଦରରୁ

ସବୁଜ ଜୀବନ ମାନଙ୍କୁ ଅଙ୍କୁରିତ କରାଇଥିଲେ।

ଦୁଃଖ ତ' ଏତିକି ସେମାନେ ଏବେ ଅତୀତ।


ବର୍ତ୍ତମାନ ଯାହା-

ତା'ଠି ଖମ୍ବ ପରି ଠିଆ ଏକ ସୁରମ୍ୟ ଅଟ୍ଟାଳିକା,

ଯାହା ଭିତରେ ନିର୍ଜନତାର ହାହାକାର ପ୍ରତିଧ୍ବନି।

ଅବଶ୍ୟ ଚତୁଃପାର୍ଶ୍ଵ ଶାନ୍ତ

କିନ୍ତୁ, ଦୁଃଖପୁର୍ଣ୍ଣ!

କାରଣ, ସେ ଏବେ ମାଟି ନୁହେଁ

ଏ ମୂଲକର ଅଦରକାରୀ ଭିଟାମାଟି।


Rate this content
Log in

Similar oriya poem from Tragedy