STORYMIRROR

Ajaya kumar Jena

Romance Tragedy

3  

Ajaya kumar Jena

Romance Tragedy

କଳଙ୍କ ଲୋଭି

କଳଙ୍କ ଲୋଭି

1 min
155

ଗତକାଲି ନିଶାର୍ଦ୍ଧରେ

ତୁମ ଅଚାନକ ଆସିବାର ଆଭାସରେ!

ଚିଇଁକି ଉଠିଥିଲା ମନ, ଥରିଉଠିଥିଲା ଓଠ ସନ୍ଧି,

ଆଉ ମୁଁ ଆବାକ୍ ମୋ ଆପଣା ପଣରେ

ତୁମକୁ ପୁନର୍ବାର ପାଇବାର ଆଶାରେ।


ତୁମେ ଆସିଲ,

କେଇକ୍ଷଣ ପରସ୍ତେ ପ୍ରେମ ଦେଇ

ମୋ ଆଖିରୁ ଶତାବ୍ଦୀଏ ସ୍ବପ୍ନ ନେଲ,

ମୋ ଅଗଣାକୁ ବିନ୍ଦୁଏ ଜ୍ୟୋସ୍ନା ଦେଇ

ମୋ ଆକାଶରୁ ଜହ୍ନର ଚହଟ ନେଲ।


ମୁଁ ତୁମକୁ ସବୁ ଦେଲି

ପାଇବାକୁ ଚେନାଏ ମିଠା କଳଙ୍କ।

ସେ କଳଙ୍କର କାୟା ଦେଖି

ପୃଷ୍ଠଭଙ୍ଗା ଦେଉଥିବା ହସମାନେ

ପଚାରିଲେ ଏ ଚିହ୍ନ କାହାର?

ମୁଁ କହିଲି ଏ ଚିହ୍ନ!

କିଛିଦିନ ତଳେ ମୋ ସ୍ପଷ୍ଟ ଆକାଶରେ

ହସୁଥିବା ଏକ ଅସ୍ପଷ୍ଟ ଆଲୁଅର।


ହସମାନେ ହସିଲେ,

ଆଉ କହିଲେ-

ସେ ଆଲୁଅରେ ପ୍ରତିଶ୍ରୁତି ମିଶା ପ୍ରେମ ଅଛି

ତୁମକୁ ପ୍ରତିମୁହୂର୍ତ୍ତରେ ପ୍ରତାରଣା ଦେବାପାଇଁ,

ସେ ଆଲୁଅରେ ଆମୂଳଚୂଳ କାମନା ଅଛି

ତୁମକୁ କୂହୁଳା କଳଙ୍କ ଦେବାପାଇଁ।


ମୁଁ ବି ହସିଲି, ଆଉ କହିଲି

ତଥାପି ମୁଁ ଖୁସି..  

ଦେଖୁନ ସେ କଳଙ୍କଭର୍ତି ପ୍ରେମକୁ ଭାବି

ମୋ ଦେହର ନିଶ୍ୱାସ-ପ୍ରଶ୍ୱାସ ଆଉ ଝାଳମାନେ

ନିରନ୍ତର ଜୋର୍ କରି କହୁଛନ୍ତି

ମୁଁ କୁଆଡେ କଳଙ୍କ ଲୋଭୀ!

ହଁ, ମୁଁ କଳଙ୍କ ଲୋଭୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance