STORYMIRROR

Debadatta Jena

Romance Classics Inspirational

4  

Debadatta Jena

Romance Classics Inspirational

ରଂଗ ଛିଟା..

ରଂଗ ଛିଟା..

1 min
386


କେଉଁ ରଂଗରେ ରଙ୍ଗିବି ସତେ ମୁଁ 

ତମେ ଯେ, 

ସାତ ରଂଗରେ ସମାହିତା, 

କେଉଁ ଢଙ୍ଗରେ ମାଖିବି ସତେ ମୁଁ 

ତମେ ସତେ

ବିଧୁ ଵିଭୂଷଣେ ବିଭୂଷିତା ।

କେଉଁ ଅଳଙ୍କରଣେ ଆଙ୍କିବି ତମକୁ

ତମେ ବି ତ

ନାନା ଅଳଙ୍କାରେ ଅଳଂକୃତା, 

କେଉଁ ସମ୍ଭାଷଣେ ଭାଷିବି ତମକୁ

ତମେ ତ ଅନେକ

ଶବ୍ଦ ସମ୍ଭାଷଣେ ଉତ୍ସସିତା.. ।

ନାନା ଉପମାରେ ଉପମିତ ତମେ, 

ଉପମେୟ, 

ଉପମାନେ ତମେ ଆନମନା, 

ବର୍ଣ୍ଣ ବିଭାରେ ଶୋଭା ସୁଶୋଭିତା

ରୂପ ଲାବଣ୍ୟ ମୁଗ୍ଧ ଚକିତା, 

ସ୍ୱୟଂ ସନ୍ଦର୍ଶନେ ସ୍ୱକୀୟ ମୂର୍ଚ୍ଛନା

ସ୍ୱ-ସୌନ୍ଦର୍ଯ୍ୟ ବିମୋହିତା

ସମ୍ମୋହନେ ମୋହିତ ଆଶ୍ଚର୍ଯ୍ୟନ୍ବିତ, 

ସତରେ ତମେ ତ..

ଲଳିତା ଲବଙ୍ଗ ଲତା, 

ତମେ ସୁରଭିତ ଶୋଭା ସବୁଜିମା

ନବ ଉନ୍ମେଷର ଲଳନା.. 

ସୌରଭରେ ସୁଷମା ଅସମାପିକା..

ନବ ରଂଗ ରସ ସାଏରୀର ତମେ, 

କବିତା ଉଚ୍ଚ ଅଭିଳାଷିତା.. 

ଆଦ୍ୟ ବସଂତର ନବ ଉନ୍ମାଦନା, 

ତମେ ସତରେ ତ.. 

ନବ କଳିକାର କଳ୍ପ ଲତିକା..

ସବୁ ରଂଗ ରୂପ ଉଣା ନୁହେଁ ଜମା, 

ଅଙ୍ଗ ସୌଷ୍ଠବର ମଧୁ ସ୍ନାତା, 

ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଅକଳ୍ପନୀୟା, 

ତମେ ରଂଗ ରୂପେ ସୁସଜ୍ଜିତା, 

ଅପୂର୍ବ ବର୍ଣ୍ଣାଳି ଶୋଭା ବିମଣ୍ଡିତା, 

ତମେ ସପ୍ତାଶ୍ଚର୍ଯ୍ୟର ନାୟିକା ..

ନୂଆ ସକାଳର, 

ନିତ୍ୟ ନୂତନ କବିତା, ବନିତା, ଲତା, 

ସୁଲଳିତ ଛନ୍ଦର ବର୍ଣ୍ଣ ଛିଟା, 

ଶବ୍ଦ କୁଂଜ ବିହ୍ଵଳ ମଧୁର ରାଗିଣୀ, 

ମଧୁ କୁଂଜ ରଂଜିତ ଜ୍ୟୋସ୍ନା.. 

ତମେ ରଙ୍ଗୀନ ରଂଗ ଛିଟା..।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance