STORYMIRROR

Ajaya kumar Jena

Inspirational

3  

Ajaya kumar Jena

Inspirational

ହାଟବୁଲା

ହାଟବୁଲା

1 min
254

ଦୁଇମାସ ତଳେ ଯାଇଥିଲି ହାଟବୁଲି,

ଦେଖିଲି -

କାଣିଚାଏ ପାଇବାର ଆଶାରେ

ଅନେକ କିଛି ହରେଇ

ତା' ଭିତରେ ଉବୁଟୁବୁ

ଜୀବନର ଧସେଇ ପଶିଆସିଥିବା

ପୁଳାଏ ଜଞ୍ଜାଳ।


ଦେଖିଲି ସେଠି ସୁଲଭ ମୂଲ୍ୟରେ 

କେହି କିଣୁନଥିଲେ 

ଦୁଇ ଓଳିର ଖୋରାଗ,

ବରଂ ଗଦା ଗଦା ଟଙ୍କାରେ

ଆପଣେଇ ନେଉଥିଲେ

ବୋତଲ ବୋତଲ ଦେଶୀ ମଦର ଆତ୍ମତୃପ୍ତି।


ସେଠି ସାଗରଭର୍ତ୍ତି ଅତୃପ୍ତ ଇଛାରେ

ସମସ୍ତଙ୍କ ଅଲକ୍ଷ୍ୟରେ

ନିଲାମ ହେଉଥିଲା କଅଁଳିଆ ଆଶା,

ମୂଳତ୍ପୋଟନ କରାଯାଉଥିଲା

ଅଦମ୍ୟ ଇଛା ଆଉ ଅଭିଳାଷ,

ପୁଣି ବଣ୍ଟାଯାଉଥିଲା 

ଗୋଛା ଗୋଛା ବିଷ ବୃକ୍ଷ।


ଏସବୁ ଦେଖୁ ଦେଖୁ

ମୁଁ ଟିକେ ଇତସ୍ତତଃ ଆଃ!

ସେ ପରିଷ୍କୃତ କୋଣର ମଞ୍ଚରେ

ନିର୍ଦ୍ଦୟ ହାଟ ମୁଖିଆର ଓଜସ୍ୱିନୀ ଭାଷଣ ଶୁଣି।


ସେ ଭାଷଣରେ କାଦୁଆ ରାସ୍ତା

ଦିଶୁଥିଲା ଚିକ୍କଣ ପକ୍କା ସଡକ,

ଅନ୍ଧାରୁଆ ଗଳି ସବୁ ସାଜୁଥିଲା

କୃତ୍ରିମ ଆଲୋକରେ ସମ୍ଭ୍ରାନ୍ତିଆ ମଲ୍ ,

ଆଉ ନୁଆଁଣିଆ ଛପର ଗୁଡାକ

ଛା କୁ ଛା ହୋଇଯାଉଥିଲା ଦୁର୍ମୂଲ୍ୟ ଅଟ୍ଟାଳିକା।


କିନ୍ତୁ ଆଜି!

ଏ ଖୋଲା ଆକାଶ ତଳେ

ବିନ୍ଦୁଏ ବର୍ଷାରେ ସେ ଲେଖୁଛି

ଅଭିମାନି ଅଶ୍ରୁଳ କାବ୍ୟ,

କୁହୁରି କୁହୁରି ଖୋଜୁଛି

ବୁଢା ସଂଖାରିର ହସ,

ପରିବା ବାଲାର ଆନ୍ତରିକତା

ପାନଦୋକାନି, ଶୁଖୁଆ ବାଲା,

ଆଉ ସେ ସମସ୍ତଙ୍କର ଆତ୍ମୀୟତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational