STORYMIRROR

Ajaya kumar Jena

Abstract

3  

Ajaya kumar Jena

Abstract

ରହସ୍ୟ

ରହସ୍ୟ

1 min
242

ଅମାନୁଷିକତାର ଉନ୍ମୋଚନରେ

ଜୀବନରେ ଯୋଡିହୁଏ ପୃଷ୍ଠା ପୃଷ୍ଠା ପାପ,

କିନ୍ତୁ କେବେ ସୁସ୍ଥ ମାନବିକତାରେ

କାହାପାଇଁ ଜାଳିଛ କି ଗୋଟିଏ ଦୀପ?


ଅଖଣ୍ଡ ଦୀପରେ ଖୋଲିଯାଏ

ଜୀବନର ଗୂଢ ରହସ୍ୟ,

କିନ୍ତୁ ରହସ୍ୟର ଅନୁର୍ବର ଜମିରେ

ନିରନ୍ତର ଫଳୁଥାଏ ବିଷର ବାରମାସି ଫଳ।


ଗୋଟିଏ ରହସ୍ୟ ଫିଟିଲେ

ଦାଉ ଦାଉ ଦିଶିଯାଏ ଉଜ୍ଜ୍ବଳ ଭବିଷ୍ୟତ,

ଆଉ ଗୋଟିଏ ରହସ୍ୟ ତଳେ

ଚିରଦିନ ପାଇଁ ଚାପି ହୋଇଯାଏ ଅତୀତ,

ପୁଣି ବର୍ତ୍ତମାନ ନିମିଷକେ ହୁଏ ଧୂଳିସାତ୍।


ଗୋଟିଏ ରହସ୍ୟ ଫିଟିଲେ

ଜଣେ ମୃତ୍ୟୁର କାଠଗଡ଼ାରେ

ପାଇଯାଏ ନିଷ୍କର୍ଷ ନ୍ୟାୟ,

ଆଉ ଗୋଟିଏ ରହସ୍ୟ ଲିଭିଲେ

ମୃତ୍ୟୁ କୁ ଆଦରି ନିର୍ଦ୍ଦୋଷ ଲୋକଟା

ବାରବାର ଭାଗ୍ୟକୁ କହୁଥାଏ ହାୟ!


ଏଠି ପ୍ରତିଟି ରହସ୍ୟରେ ଲୁଚିଥାଏ

ଶତାବ୍ଦୀଏ ଦୁଃଖ,

କାହାର ଶୋକ ତ' କାହାର ଭୋକ,

ସେ ରହସ୍ୟ ଥରେ ଫିଟିଗଲେ

ମିଳିଯାଏ ଜନ୍ମ ଜନ୍ମର ଅସୁମାରୀ ସୁଖ।

ହଁ, ମିଳିଯାଏ ଜୀବନର ଅସୁମାରୀ ସୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract