STORYMIRROR

Ajaya kumar Jena

Tragedy

3  

Ajaya kumar Jena

Tragedy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
174

ସେ ଈଶ୍ୱର, ଏ ସୃଷ୍ଟିର ସରକାର

ସେ ନଥିଲେ ଏ ସୃଷ୍ଟି ସତ୍ତାହୀନ,

ତାଙ୍କପାଇଁ ବିଶ୍ୱ ଶୋଭାରେ ବିମଣ୍ଡିତ

ତାଙ୍କପାଇଁ ଏ ପୃଥିବୀ ପ୍ରେମମୟ ରୂପ।


କିନ୍ତୁ, ଏ ପ୍ରେମମୟ ପୃଥିବୀ

ଆଜି ସାଜିଛି ପ୍ରତାରଣାର ଅନ୍ଧଗଳି,

ସେ ଗଳିରେ ଅହରହ ଭୟାତୁର

କୁନି କୁନି ନିଷ୍ପେସି ପରୀ।


ଏ ସମାଜ ତା' ପାଇଁ କୁରୁସଭା,

ଏ ଭୂମି ତା' ପାଇଁ ରଣଭୂମି,

ହେଲେ ଏ ଜୀବନ ଯୁଦ୍ଧରେ ଜୁଝିବାକୁ

ସେ ଯେ କୋମଳି ଅଶକ୍ତ ପରୀ!


ସେଥିପାଇଁ ତ'

କାହା ବିକୃତ ମନର ଭୋକାଗ୍ନିକୁ

ଶାନ୍ତକରି ସେ ହୁଏ ନିରବ ସାଗର,

ତା' ନିଜସ୍ୱ ପଣକୁ କ୍ଷତାକ୍ତ କରି

ସେ ସାଜେ ଆଜିର ତାଜା ଖବର!


ସେ ବାରମ୍ବାର ନିର୍ଯ୍ୟାତିତ

ସେଠି ଅନ୍ଧଗଳିର କାମପିପାସୁଙ୍କ ବାହୁରେ,

ଆଉ ଏଠି,ବିଶ୍ୱ ଦରବାରରେ

ଓକିଲ ସାହେବଙ୍କ ନିର୍ଲଜ ପ୍ରଶ୍ନରେ,

ଆଉ ସଦ୍ୟ ଦୁରସଂଚାର ଖବରରେ।


ଦୁଃଖ ତ' ଏତିକି,

ସେ ଫୁଟିବା ଆଗରୁ ମଉଳି ଯାଏ,

ବାସ୍ନା ଛୁଟାଇବା ଆଗରୁ ଝଡିଯାଏ,

ତା' ସୁଗନ୍ଧିତ ବାସ୍ନାରେ -

ଜୋରକରି ମିଶାଯାଏ ଜହର,

ତା' ପାଇଁ ଅଶାନ୍ତିଭରା ଶାନ୍ତ

ଆଜିର ଏ ସହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy