STORYMIRROR

Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

ବେଦନାର କୋହ।

ବେଦନାର କୋହ।

1 min
209

ଜନ ଗହଳିର କାନଫଟା ଶବ୍ଦ

ଯେବେ କରିଦିଏ ମତେ ବ୍ୟତିବ୍ୟସ୍ତ

ଧାଇଁଥାଏ ଖୋଜିବାକୁ ଆଞ୍ଜୁଳାଏ

ଶାନ୍ତିର ମଉନ ଫୁଲ ll


ତମ ନିଃଶ୍ୱାସର ଖର ଉତ୍ତାପ

ତତାଇଦିଏ ଯେବେ ସମଗ୍ର ଶରୀର

ଖୋଜୁଥାଏ ପୋଖରୀ ପଠାର ପଥୁରିଆ ପାହାଚ

ଛୁଇଁବାକୁ ପାଣିର ଧାର ll


ଛଳନାର ଉଚ୍ଛୁଳା ଉର୍ମି

କରିଦିଏ ଯେବେ ଆର୍ଦ୍ର ମୋ ଚକ୍ଷୁ ଚର୍ମର

ଲୁଚାଇଦିଏ ମୋ ନିଷ୍ପ୍ରଭ ମୁହଁ

ଢ଼ୋକିବାକୁ କଷ୍ଟ ଯନ୍ତ୍ରଣାର ll


ହସର ଉଦ୍ଧତ ଜୁଆର

ଯେବେ ଦେଖେ ନାହିଁ ଓଦା ଆଖିର ଲୁହ

ଖୋଜୁଥାଏ ବିଜନ ବେଳା

ପିଇବାକୁ ବେଦନାର କୋହ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract