STORYMIRROR

Kabiratna Nutan Kumar Behera

Tragedy Classics Inspirational

3  

Kabiratna Nutan Kumar Behera

Tragedy Classics Inspirational

ଚିହ୍ନ

ଚିହ୍ନ

1 min
10

  


ଏମିତିରେ ଅନେକ କିଛି ଭୁଲିଯାଏ ମନ

ଇଚ୍ଛା କରିବି ପାରେନା ତା' ସ୍ମୃତିକୁ ସାଇତି ରଖି

ତୁମଠୁ ଶୁଣିଥିବା କଥା ଆଖି ଦେଖିଥିବା ଛବି

କେହି ଦେଇଥିବା ପ୍ରତିଶ୍ରୁତି ବା ଉପହାର

ସମୟର ପୃଷ୍ଠା ତଳେ ରହିଥାଏ ଚାପି ହୋଇ

ଚିହ୍ନଟିଏ ଥିଲେ ଦେହର ବାହ୍ୟ ଅଙ୍ଗ ପ୍ରତ୍ୟଙ୍ଗରେ

ଭୁଲି ଯାଇଥିବା କଥାକୁ ମନେ ପକାଇ ଦିଏ

ଥରେ ନୁହେଁ ବାରମ୍ବାର ଦୋହରାଇ ଥାଏ

ସେ ଚିହ୍ନରେ ଲେଖା ହୋଇଥାଏ ବହୁ ଯନ୍ତ୍ରଣା

କେବେ କ୍ଷତଟିଏ ଆପେ ହେଉ ଅସାବଧାନରେ

ଅବା କେହି ଦେଇଥାଉ ଆକ୍ରୋଶର ପ୍ରତିହିଂସାରେ

ଉପଚାର ପରେ ଉପସମ ହୋଇଥାଏ ତାହା 

ମାତ୍ର ରହିଯାଏ ଚିହ୍ନ ଯା' ଦେଖି ମନେ ପଡ଼େ ସବୁ 

ହୁଏତ ଦେହକୁ ଫେରି ଆସେ ନାହିଁ ସେ ଯନ୍ତ୍ରଣା

କିନ୍ତୁ ଅନୁଭବୀ ମନକୁ କରୁଥାଏ ଆନ୍ଦୋଳିତ

ଥିଲେ ନିଜର ଭୁଲ୍ ସଂଶୋଧନ ପାଇଁ ପ୍ରବର୍ତ୍ତାଏ

ନ ଥିଲେ ଅସ୍ବାଭାବିକ କିଛି ତ୍ରୁଟି ନିଜ ତରଫରୁ

ହୃଦୟକୁ ପୁଣି ପୁଣି ଆଘାତ ପହଞ୍ଚାଉ ଥାଏ

ମୂକସାକ୍ଷୀ ହୋଇ ସେ ଚିହ୍ନ ହଟାଇ ଦିଏ ସ୍ଥିର ଧ୍ୟାନ

ସୂଚାଇ ଦିଏ ସତର୍କ କରାଉଥାଏ ଭବିଷ୍ୟତ ପାଇଁ

ଆଉ ନ ଘଟୁ କି ନ ଆସୁ ସେ ଅବାଞ୍ଛିତ ପରିସ୍ଥିତି

ତୁମେ କ'ଣ ଭାବ ତୁମ ସ୍ଵଭାବ ଚରିତ୍ରକୁ ନେଇ

ମୁଁ କ'ଣ ଭାବେ ମୋର ଅନୁଭବ ଅଭିଜ୍ଞତାକୁ ନେଇ

ଅଜଣା ଥାଏ ଆମ ବିଚାର ଧାରାକୁ ଅପ୍ରକାଶ୍ୟରେ

ପବନ ପରି ଆଖି ଆଗରେ ଥିଲେ ବି ଅଦୃଶ୍ୟ

ପ୍ରତ୍ୟକ୍ଷରେ ତ ବଞ୍ଚାଇ ରଖିଥାଏ ଆମର ପ୍ରାଣ

ଯଦି ଏମିତି କିଛି ଚିହ୍ନ ରହିବାର ଅଛି ତ

ସେ ଚିହ୍ନ ହେଉ ସ୍ମୃତିର ପ୍ରେମ ପ୍ରୀତି ମୈତ୍ରୀର 

ଆମ ସଂପର୍କକୁ ବାନ୍ଧି ରଖିଥିବ ଦୃଢ଼ କରି 

ଯଦି ତା' ହୁଏ ମିଛ ଅଭିନୟର କି ପ୍ରତାରଣାର 

ସେ ଚିହ୍ନ ମାରୁଥିବ ମରାଉଥିବ ତୁମକୁ ମୋତେ

ଆମେ ମରି ସାରିଥିବା ପରସ୍ପର ନିକଟରେ 

ସଂପର୍କର ଇତିହାସକୁ ଲେଖୁଥିବ ଭିନ୍ନ ଭିନ୍ନ କରି

ଆମ ମନ ଭିତରେ ଲମ୍ଵୁଥିବ ଅପହଞ୍ଚ ଦୂରତା 

ଆମେ ଦୁହେଁ ଦୁହିଁଙ୍କର ହୋଇ ପାରୁଥିବା ନିକଟତର

ନା ଭୁଲି ପାରୁଥିବା ତିକ୍ତତାର ସେ ଚିହ୍ନକୁ ?

      



Rate this content
Log in

Similar oriya poem from Tragedy