STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଆତଂକବାଦୀ ବିଶ୍ବେ ସମସ୍ୟା

ଆତଂକବାଦୀ ବିଶ୍ବେ ସମସ୍ୟା

1 min
196


ଆତଂକବାଦୀଂକୁ କରହେ ବିନାଶ


          ହୁଅ ଏକତ୍ରିତ ଆଜି ବିଶ୍ବ  


କୁହ କେଉଁ ଦେଶ ବଞ୍ଚିତ ରହିଛି


         କରି ନାହଁ ଦୁଷ୍ଟ ସର୍ବନାଶ !



ରାକ୍ଷସ ପ୍ରବୃତ୍ତି ଧରିଛି ଆତଂକୀ 


      ଦୟା ମାୟା କାହିଁରେ ତାହାର        


କେଉଁ ଦେଶ ତାକୁ ନିର୍ମିତ କରୁଛି 


       କର ବିଶ୍ବ ତା'ର ବହିଷ୍କାର !



ମାରୁଛି ଆତଂକୀ ଆଜି ଇସ୍ରାଏଲ 


        ଦେଶ ସବୁ ସମର୍ଥନ କର


ଆତଂକବାଦୀର ସମୂଳ ବିନାଶ 


       ତାହା ବିଶ୍ବ ହିତେ ଦରକାର !



ସମର୍ଥନ ଯାର ଆତଂକବାଦୀଂକୁ 


      ଆତଂକବାଦୀ ଦେଶହେ ଜାଣ


ଅନିଷ୍ଟ କରିବ ଦିନେ ନା ଦିନେ ସେ 


     ଚାଣକ୍ୟ ନୀତି ଜ୍ଞାନେ ଏ ମଣ !



ବିଶ୍ବର ଶାନ୍ତିରେ ନାହିଁ ତା'ର ମନ


       ଦାନବ ପରି ତା ବ୍ୟବହାର


କେଉଁ ଅଭିଳାଷ ରଖିଛି ମନରେ


       ଆତଂକ ନୀତି ଦୁଷ୍ଟ କର୍ମର !



ଉଚିତ ସମୟ ବିଶ୍ବରେ ଆସିଛି


       ଅମୃତ କାଳ ଅଟେ ବିଶ୍ବର


ଆତଂକବାଦୀଂକୁ କରହେ ସଂହାର


       ଇସ୍ରାଏଲ କୁ ସାହାଯ୍ୟ କର !



Rate this content
Log in

Similar oriya poem from Tragedy