STORYMIRROR

SUKANTA KHANDA

Tragedy Inspirational

3  

SUKANTA KHANDA

Tragedy Inspirational

ରାବଣ

ରାବଣ

1 min
151


ରାବଣ ବୋଲିକି ସଂସାର ଧାମରେ

ମାରିବାକୁ ସଜବାଜ

କାହିଁକି ମନୁଷ୍ୟ ତୁଚ୍ଛାଟାରେ ଆଜି

ମୋ ଦେହରେ ବାଣ ଖଞ୍ଜ।୧

ମିଛର ହାଟରେ କୁହୁଡି ଭିତରେ

ପହଁରି ପାଅ କଅଣ

ମରି ନାହିଁ ମୁହିଁ ମରିବି ନାହିଁ ମୁଁ

ପ୍ରତି ହୃଦେ ମୋର ପ୍ରାଣ।୨

କାଠ ବାଉଁଶ ଓ ସୋଲକୁ ତିଆରି

ବାଣ ମାରିଦେଇ କେତେ

କହୁଛ କି ସବୁ ଧୀଟ ନୀଚ ଯେତେ

ରାବଣ ତୁମରି ହାତେ।୩

ନିଜକୁ ପଚାର ହେ ଶ୍ରେଷ୍ଠ ମଣିଷ

ଅଜ୍ଞାନ ପାମର ଦଳ

ତୁମରି ଦେହରେ ଲୁଚି ମୁଁ ରହିଛି

ହିଂସାର କୁହୁକ ବଳ।୪

ଅହଙ୍କାର ନିଜ ପୋଡ଼ିକି ପାରୁଛ

ଲୁଚିଛି ଯା'ତୁମ ଦେହେ

ଦଶ ହାତ ମୋର ଭାଙ୍ଗି କି ପାରିବ

ସବୁ ତ ମାୟାର ମୋହେ?୫

ଯଦି ଅହଂଭାବ ଲୁଚାଇ ରଖିଛ

ମରିବି କେମିତି କୁହ

କାଠ ପୁତୁଳାକୁ ଲୋକ ଦେଖେଣିଆଁ

ପୋଡ଼ି କି ଗର୍ବରେ କୁହ?୬

ମୋହର ନାଭିରେ ବାଣ ନୁହେଁ ତୁମ

ଟଙ୍କାକୁ ପୋଡୁଛ ଆଜି

ଅର୍ଥ ପୀଡ଼ା ମନ ପୀଡ଼ା ଏ ନୁହେଁ କି

ଭାବୁଛ ମାରିଲି ଖୋଜି।୭

ନିଜ ଛାତିଠାରେ ହାତକୁ ରଖିକି

କହିକି ପାରିବ ଥରେ

ଜୀବନରେ ମାରି ଦେଲି ରାବଣକୁ

ଆଉ ନାହିଁ ସଂସାରରେ।୮

ଚିତ୍କାର କରିକି ରାବଣର ସ୍ୱର

କମ୍ପୁଥିଲା କାନ ପାଖେ

ଅନୁତାପେ ସଢ଼ି ଶପଥ କରିଲି

ମିଥ୍ୟାଥିଲା କର୍ମ ମୁଖେ।୯

ହିଂସା ଅସୂୟାକୁ ଦୂରରେ ରଖିଲେ

ରାବଣ ନିଧନ ହେବ

ନ ହେଲେ ନିଶ୍ଚିତ ସଭିଙ୍କ ଭିତରେ

ଶାସନ ଜାରି ରଖିବ।୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy