STORYMIRROR

Lunar Das

Tragedy Others

3  

Lunar Das

Tragedy Others

ନିର୍ଭୟା

ନିର୍ଭୟା

1 min
50


ମୁଁ ଏ ମର୍ତ୍ତ୍ୟରେ ପୁଣିଥରେ

ଜନ୍ମ ନେବାକୁ ଆସିବିନି ମାଁ'

ପ୍ରାକ୍ତନର ଭାର ନେଇ,

ଏ ଜନ୍ମ ଅବଧି ପୂର୍ଣ୍ଣ ହେବା ପରେ।


ପୁଣିଥରେ ତୁମ ପାଖେ

ନିଜକୁ ସମର୍ପିତ କରିଛି

ଆଦ୍ରତାରେ ଭରି ଥିବା ସମଗ୍ର ଜୀବନକୁ

କଥା ଟିଏ ଦିଅ

ତୁମ ସନ୍ତାନର କଥା ରଖିବ ମାଁ ???

ମାଁ'ଙ୍କ ଆଖିରେ ଖାଲି ରହସ୍ୟ।


ପାଦ ଫେରିଥିଲା ଦିନେ

ମା' ଉପହାର ଦେଇଥିବା

ସେଇ ଭିଟା ମାଟିକୁ

କଞ୍ଚା ମାଟିର ବାସ୍ନା ଥିଲା,

ଠାଆକୁ ଠାଆ କଣ୍ଟା ଥିଲା

ଅଣଓସାରିଆ ରାସ୍ତାଟାରେ ବସି ବସି

କୋପତୀ ଟିଏ ଏକୁଟିଆ ଥଂଟ ରେ

କୁଟାଖିଅକୁ ଗୋଟି ଗୋଟି କରି

ଗୋଟାଉ ଥିଲା,

ତା' ପେଟର ଭ୍ରୂଣକୁ

ଆଶ୍ରୟ ଦେବା ଆଶାରେ ।


କାହାର ଅଭାଵରେ

ଖାଁ ଖାଁ ଲାଗୁଥିଲା

ପାହାଡ଼ ତଳର ନିଶବ୍ଦ ଘର

ସେଇଠି ଜୀବନ ଥିଲା କି ନାହିଁ କେଜାଣି

କାନ ପାତି ଶୁଣିଥିଲି ଥରେ

ଖାଲି ସଁ ସଁ ଶବ୍ଦ ଟିଏ ଶୁଭିଲା ।


ଜଣ ଜଣ କରି ସବୁ ପାଦ

ପୃଥିବୀକୁ ଡେଇଁ ଡେଇଁ ଚାଲି ଯାଇଥିଲେ

ଖାଲି ନିଶ୍ୱାସଟେ ଚାଲୁଥିଲା

ବଞ୍ଚି ଥିବା ସର୍ତ୍ତ ରେ।


ଦିନେ ଆଖିଟିଏ 

ପଚାରିଥିଲା ଆକାଶକୁ

ତୁମେ ଅଛ ମା'????

ଦେଖ ସଂସାର ଚାଲିଛି

ଧର୍ମ ନାମରେ ରକ୍ତ ବୋହୁଛି

ଧୂଆଁ ଭିତରଟା ନିଶବ୍ଦ

ଶିଶୁ, ଜନନୀ, ନିରୀହ ମଣିଷ ମାନେ

ଶୋଇ ପଡିଛନ୍ତି

ସେମାନେ ଆଉ ଉଠିବେ ନାହିଁ ।


ମା' ତୁମେ କହିଲ,

ମୁଁ ସବୁ ଦେଖୁଛି

ତୁ ଆଗକୁ ଯା......

ପାଦ ତୁମ କଥା ମାନିଲା।।


ପାଦ ଚାଲୁଥିଲା ଆଗକୁ ଆଗକୁ ଢେର୍ ଆଗକୁ

ଅନ୍ଧକାରକୁ ଧକ୍କା ମାରି ମାରି

ରାସ୍ତାରେ ଖାଲି କଳା କଳା ଧୂଆଁ ଥିଲା

ଆଗରେ କି ପଛରେ କେହି ନଥିଲେ

କିଛି ବିକଳିଆ ଆଖି ପାଦକୁ ଦେଖୁଥିଲେ

ତା'କୁ ଝୁଣିବା ଆଶାରେ ।


ପାଦ ପାଖେ ନଥିଲା ସମୟ

ଥିଲା ଖାଲି ଦୀର୍ଘ ନିଶ୍ଵାସ ଆଉ ଅନେକ

ଅନେକ ଅସରା ପଥ

ଆଖି ଦେଖୁଥିଲା କେବଳ ମାଁ'କୁ ।


ପାଦ ନିର୍ଭୟା ଥିଲା

ସେଇ ସର୍ତ୍ତ ରେ ,

ସେ ମାଁ'କୁ କଥା ଦେଇଛି

ସେ ପୁଣିଥରେ ଏ ମର୍ତ୍ତ୍ୟକୁ ଫେରିବ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy