STORYMIRROR

Panchanan Jena

Tragedy

3  

Panchanan Jena

Tragedy

ମିଳୁନାହାନ୍ତି ଆଜ୍ଞା

ମିଳୁନାହାନ୍ତି ଆଜ୍ଞା

1 min
181


କଥାରେ କହନ୍ତି

ଜାଣିଗଲେ ବୁଝିଗଲେ ଜ୍ଞାନ

ଗୁରବେ ବଦନ୍ତି

ପ୍ରୟୋଗ କଲେ ବିଜ୍ଞାନ


ବିଶ୍ଵହିତେ ମଙ୍ଗଳକାରୀ ପ୍ରଜ୍ଞାନ

କୌଶଳେ ଯନ୍ତ୍ର ଅଭିଧାନ ବିଜ୍ଞାପନ

ଇଂଜିନିୟର ହାତେ 

ସ୍ୱୟଂ ବିଶ୍ଵକର୍ମା ଦେଇଛନ୍ତି

ପ୍ରଯୁକ୍ତି ଉଦ୍ୟମିତା ଆହ୍ଵାନ ll


କୁଶଳୀ ଇଂଜିନିୟର ଟେ ଲୋଡ଼ା

ମିଳୁନାହାନ୍ତି ଆଜ୍ଞା

ମଣିଷ - ମଣିଷକୁ ଯୋଡେଇ

ପୋଲ ନିର୍ମାଣ କରିବାର ଅଛି

ଯେମିତି ନଦୀ ଉପରେ

ବାଉଁଶକୁ ବାଉଁଶ ଯୋଡେଇ

ଶଙ୍ଖ-ପୁଲ  ହେଉଥିଲା ଆଗରୁ 


ଆଖି କୋଣରୁ ଝରୁଥିବା ଲୁହ ମାନଙ୍କୁ

ରୋକେଇ ବନ୍ଧେଇ ରିଜରଭିୟର

ତିଆରି କରିବାର ଅଛି ଯେମିତି

ବୁର୍ଲାରେ ଅଛି ହୀରାକୁଦ ବନ୍ଧ

ମହାନଦୀ ପାଣିକୁ

ଜବାହର ସାଗର ଭିତରେ

କରାଯାଇଛି ଅବଦ୍ଧ ।


ଜ୍ଞାତି କୁଟୁମ୍ବ ଭିତରେ

କଥା କଟା କଟି 

ଛୋଟ ମୋଟ ସମସ୍ୟାକୁ ଗଣ୍ଠି କରି

ପିଟା ପିଟି ଗଙ୍ଗା କହିଲେ ଅଛି

ଗାଙ୍ଗୀ କହିଲେ ୠଷିଛି

ଜଳ ଜଳ ଦିଶୁଥିବା 

ଫାଟକୁ ଯୋଡିବାର ଅଛି

ଯେମିତି ସିମେଣ୍ଟ ଫଟା କାନ୍ଥକୁ

ଯୋଡି ଦେଇ ପଲସ୍ତରା ମରେଇ

ଦେଉଛି ଆଜିକାଲି ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy