STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ପୋଡ଼ା ଭାଗ୍ୟ"

ପୋଡ଼ା ଭାଗ୍ୟ"

1 min
93

ମୁଁ ଯେତେବେଳ ବଞ୍ଚିବାକୁ

ଗୋଟେ ମୁଣ୍ଡିଆ ପାହାଡ଼ର

ଗୁପ୍ତ ଗହ୍ୱର ଖୋଜିନେଲି,

ନ ହୋଇ ପାରେ ସେ ମୋର

ଅଜ୍ଞାତବାସ,

କିନ୍ତୁ କିଛି ମୁକ୍ତ ଜଳବାୟୁ

ମୋ ହୃତପିଣ୍ଡ ଓ ଫୁସଫୁସକୁ

ପରସି ଦେବା ଥିଲା ମୋର 

ମୁଖ୍ୟ ପ୍ରୟାସ।

ଜୀବନକୁ ଗୋଟା ଗୋଟି କରି

ଶାନ୍ତି ଖୋଜିବାର ଶେଷ ଆଶା।

ସେତେବେଳେ ହଠାତ୍ 

କେଉଁ ଠୁ ମାଡି ଆସୁଛି

ଏ ପୁଳା ପୁଳା ଜଳି ଯାଉଥିବା

ଅଙ୍ଗାରର ପୋଡ଼ା ଗନ୍ଧ।

ମୋ ସାରା ଶରୀରର ତନ୍ତ୍ରୀରେ

ଭରି ଯାଉଛି ଯନ୍ତ୍ରଣାର ପଞ୍ଚରାଗ।

ମୋ ସାରା ଅବୟବରେ

ବୁଦ୍ ବୁଦ୍ ଭଳି ଅସଂଖ୍ୟ ଜଳ ଫୋଟକା।

କିଏ ଲଗାଇ ଦେଇଛି

ମୋ ମୁଣ୍ଡିଆ ପାହାଡ଼ରେ

ପୁଳାଏ ନିଆଁ।

ଦୃଶ୍ୟମାନ ଅପରାଧୀ ତ କେହି ନାହାନ୍ତି?

ଆରେ ହେ !

ମୋ ଭାଗ୍ୟର ବଡ଼ ପଥରରଟା

ପଡି ଦୁଇଖଣ୍ଡ ହୋଇ ଯାଇଛି

ଆଉ ସେଥିରୁ ନିର୍ଗତ ହୋଇଥିବା

ଅଗ୍ନିରେ ଏ ଶୁଖିଲା ଗଛ ଗୁଡିକରେ 

ଅଗ୍ନି ସଂଯୋଗ ହୋଇ

ମୋ ମୁକ୍ତିର ରାସ୍ତା ତ

ଅବରୋଧ ହୋଇ ଯାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy