STORYMIRROR

Sunanda Mohanty

Tragedy Classics Inspirational

3  

Sunanda Mohanty

Tragedy Classics Inspirational

ତୁମେ ଗଲା ପରେ

ତୁମେ ଗଲା ପରେ

1 min
191


ତୁମେ ଗଲା ପରେ କାଶତଣ୍ଡୀ ଝୁରେ

ମଉଳି ଗଲାଣି ମେଲାଣି ନେଇ

ତୁମେ ଆସିବା ଆଗରୁ ଆସି

ବୁଣି ଦେଲା ଚେନାଏ ହସ ରସ ବାସ

ଫେରିଗଲା ମାଆ ଭସାଣୀ ହେବାର ଶେଷ

ନଈପଠା ଧାରେ ସବୁଜିମା ଭାରେ

କିଏ କେତେ ଝୁରେ ଆସି ଚାଲିଯିବା ପରେ

ମାଆ ମାଆ ଡାକ ଶୁଭେନାହିଁ ଆଶ ପାଶ

 ଆରବରଷ ଆସିବ ମାଆ ନେଇ ପୁଲକ ସ୍ପର୍ଶ

କାଶତଣ୍ଡୀ ପୁଣି ଆସିବ ମନରେ ଭରି ହର୍ଷ

ଦୁଃଖ ଦୂରେଇ ହସ ଦେଇ ମାଆ ସଭିଙ୍କୁ କର ବଶ

ଡାକୁଛି ଦୁଃଖୀ ସୁଖୀ, ନିର୍ଯ୍ୟାତିତ ଡାକେ ଆସଆସ

ବିପର୍ଯ୍ୟସ୍ତ ପ୍ରକୃତି ରାସ ରାକ୍ଷାସ କର ନାସ

ମେଲାଣି ଭସାଣୀ ଆଖିରେ ଦୁଃଖସାଗର ହେଁସ

ମାଆ ଲଷ୍ମୀ ପଢ଼ାରିବେ କୁମାରପୂର୍ଣ୍ଣମୀରେ

ଧନ୍ୟ ତାଙ୍କରି କିରତି ଯଶ

ପାଚିଲା ଧାନର କ୍ଷତ

ଦେଖି ଚାଷୀକୂଳ ଉଷତ

ଚାଷୀ ଘରଣୀର କାନ୍ଥରେ ଝୋଟି ଚିତ୍ର

ପ୍ରକୃତି ଏଠି ଚିତ୍ରହାର ସାଜି ଚୈତ୍ରରେ ଆଙ୍କେ ଚିତ୍ର

ଭୋଦୁଅ ଗଲାଣି ଆଶ୍ଵିନ ମେଲାଣି ଯୋଡି ହସ୍ତ

କାର୍ତ୍ତିକ ଆସୁଛି ହବିଷ ବାସୁଛି ମାର୍ଗଶିର ଚିତ୍ରିତ

କୁମାରପୂର୍ଣ୍ଣମୀ ଗଜଲକ୍ଷ୍ମୀପୂଜା ଅଧା ଅଧୁରା ବିଚିତ୍ର

ମାର୍ଗଶିରମାସେ ଝୋଟି ଚିତା ମଧ୍ୟେ

ଲଷ୍ମୀ ପୂଜି ମନ ଶାନ୍ତ

ତୁମେ ମାଆ ସବୁ ଆସି ଫେରିଯାଅ ଯେବେ

ଅଧା ଅଧୁରା ଲାଗେ ବହୁତ

ଘଟାନ୍ତର ଲେଖି ଘଟ ବଦଳେଇ

ହେ ଗୋଦାବରୀଶ, ଆର୍ଯ୍ୟ ପାନ୍ଥ ସନ୍ଥ

ପଞ୍ଚସଖା ମଧ୍ୟେ ବକୁଳ ବନବିଦ୍ୟାଳୟ ପଣ୍ଡିତ

ଫେରିଆସ ପାର୍ଵଣରେ ଚୈତନ୍ୟ ଆଜି ଚିନ୍ତିତ

ଜୟନ୍ତୀ ଆସୁଛି ପାଳନ ହେଉଛି କେତେ ବରପୁତ୍ର

ବିନ୍ଧାଣି ବିହି ଲେଖନ୍ତି ବହି ଫେରିଆସ ମାତା ପୁତ୍ର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy