ଦୀପାଳି
ଦୀପାଳି
ଜହ୍ନ ଲୁଚି ଗଲା ଭସା ବାଦଲରେ ଆସେ ଅମାବାସ୍ୟା ରାତି
ଦୀପାଳୀ ର ଜ୍ୟୋତି ଥିରି ଥିରି ଜଳେ ଚମକେ ଅମିଷା ରାତି ।
ଆସିଛି କାର୍ତ୍ତିକ ଅରଜି ବା ପୁଣ୍ୟ ଦ୍ୱୀପ ଦାନ ମହା ପୁଣ୍ୟ
ଜୀବନୁ ଅନ୍ଧାର ହୋଇବ କି ଦୂର ଆସିଛି କି ସେହି ଦିନ ।
ଦ୍ୱୀପ ର ଦେଶ ରେ ଘିଅ ସଳିତା ଟି ଅହ ରହ ଜଳୁ ଥାଏ
ରାଇଦାମୋଦର ଯୁଗଳ ମୂରତି ଆଲୋକେ ଚମକୁ ଥାଏ ।
ପରିବେଶ ଲାଗେ ସୁନ୍ଦର ମଧୁର ଆଲୋକେ ହସଇ ଧରା
ଖୋଲା ଆକାଶ ରେ କମ୍ପନ ର ଧ୍ୱନି ଶୁଭେ ଚଉଦିଗ ସାରା
ପ୍ରଥା ପରମ୍ପରା ନୀତି ନିୟମ ରେ ଏଇ ମାଟି ଦେହ ଛନ୍ଦା ।
ପୂର୍ବ ପୁରୁଷ ଯେ ଅନ୍ଧାରେ ଆସି ଆଲୁଅ ରେ ଯିବେ ପରା
କାଉଁରିଆ କାଠି ଜାଳି ବଡ଼ ବଡୁଆ ଙ୍କୁ ଡାକି ଦ୍ୱୀପ ରେ ରେ ହସୁଛି ଧରା ।
