STORYMIRROR

pravasini Senapati

Tragedy

3  

pravasini Senapati

Tragedy

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବାହୁ

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବାହୁ

1 min
204


ଝଡ଼ ଆସୁ ଆସୁ ବାତ୍ୟା ଆସୁ ମହାମାରୀ

ଭକତେ ବଞ୍ଚନ୍ତୁ ଅବା ଯାଆନ୍ତୁ ପଛେ ମରି

ତୁମ ସୃଷ୍ଟି ରହୁ ଅଥବା ଉଜୁଡ଼ି ଯାଉ.....

ତୁମ ବଡ ପଣ ସଦା ରହିଅଛି ରହୁ ।

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବାହୁ ।


ତୁମ ବଡ଼ ଦାଣ୍ଡେ ପଛେ କାଉ ଉଡୁଥାଉ

ଶ୍ରୀମନ୍ଦିରେ ଜଣେ ଭକ୍ତ ଯିବାକୁ ନ ରହୁ.....

ବଡ଼ ଦେଉଳ ତୁମର ଶୂନ୍ୟ ପଡ଼ିଥାଉ ।

ବଡ଼ ଦିଅଁ ବୋଲି ତୁମ ଯଶ ସଦା ରହୁ.....

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବାହୁ ।


ଦୀନ, ଦୁଃଖୀଜନ ଅଦିନରେ ଚାଲିଯାଉ..

ଦୀନବନ୍ଧୁ ନାମ ତୁମ ଏଇମିତି ରହୁ

ତୁମ୍ଭ ଶରଣାଗତଙ୍କ ଦିନ ସରିଯାଉ

ଶରଣ ରକ୍ଷଣ ବାନା ସଦା ଉଡୁଥାଉ.....

ତୁମ ଇଚ୍ଛା ପୂର୍ଣ୍ଣ ହେଉ ଆହେ ମହାବାହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy